ସ୍ବାଧୀନତା ଦିବସରେ ରିଲିଜ୍ ହୋଇଥିବା ଫିଲ୍ମ ‘ମିଶନ ମଙ୍ଗଲ’ ପ୍ରଥମ ଦିନରୁ ହିଁ କମାଲ ଦେଖାଇଛି । ପ୍ରଥମ ୨ ଦିନରେ ପାଖାପାଖି ୪୦ କୋଟି ଟଙ୍କା ବ୍ୟବସାୟ କରିଥିଲା ‘ମିଶନ ମଙ୍ଗଲ’। ଆଉ ତୃତୀୟ ଦିନରେ ଏହା ପ୍ରାୟ ୫୦ କୋଟି ଆୟ କରି ରେକର୍ଡ କରିଛି। ଆଗକୁ ମଧ୍ୟ ଏହା ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।
ସିନେମା ମିଶନ ମଙ୍ଗଳରେ ବିଦ୍ୟା ବାଲନ୍, ତାପସୀ ପନ୍ନୁ, କୀର୍ତ୍ତି କୁଲ୍ଲାରି, ସୋନାକ୍ଷୀ ସିହ୍ନା, ନିତ୍ୟା ମେନନ ଓ ସର୍ମନ୍ ଜୋସିଙ୍କ ସହିତ ଅକ୍ଷୟ କୁମାର ନଜର ଆସିଛନ୍ତି ।ଏହି ସିନେମାକୁ ନେଇ ଅକ୍ଷୟ କୁମାର ଗଣମାଧ୍ୟମ ସହ କଥା ହେବା ସହିତ ଏହାର ସଫଳତାକୁ ନେଇ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି ।ଏହି ସମୟରେ ଅକ୍ଷୟ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବି ଖୁବ୍ ପ୍ରଶଂସା କରିଛନ୍ତି ।
