Odia News Portal

୫ ଦିନରେ ୧୦୦ କୋଟି

ମୁମ୍ବାଇ ()   ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ମିଶନ ମଙ୍ଗଲ’।ଇତିହାସ ଫର୍ଦ୍ଧରେ ଦେଶର ଅନ୍ତରୀକ୍ଷ ଯାତ୍ରା ସଫଳତାକୁ ଏହି ଫିଲ୍ମରେ ବେଶ୍ ଭଲ ଭାବରେ ଚିତ୍ରଣ କରାଯାଇଛି । ଜଗନ ଶକ୍ତି ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କୀର୍ତ୍ତି କୁଲହାରୀ, ଶରମନ ଜୋଶୀ, ନିତ୍ୟା ମେନନ, ସଞ୍ଜୟ କପୁର, ଜୀଶାନ ଆୟୁବ ମୁଖ୍ୟ ଭୂମିକାରେ ଅଛନ୍ତି ।

ରିଲିଜ୍ ହେବା ଦିନରୁ ହିଁ ଭଲ ଆୟ କରୁଛି ଏହି ଫିଲ୍ମ। ଗତ ଶନିବାର ଫିଲ୍ମ ପାଖାପାଖି ୨୩.୫୦ କୋଟି ଟଙ୍କା ଆୟ କରିଛି। ମାତ୍ର ୫ ଦିନରେ ଏହି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇଯାଇଛି।ବକ୍ସ ଅଫିସ୍ ଇଣ୍ଡିଆ ଡଟ୍ କମ୍ ମୁତାବକ ‘ମିଶନ ମଙ୍ଗଲ’ ଚତୁର୍ଥ ଦିନ ଅର୍ଥାତ୍ ୱିକେଣ୍ଡ ସୁଦ୍ଧା ୯୭.୫୬ କୋଟି ଟଙ୍କା ଆୟ କରିଥିଲା। ପରେ ଏହା ପଞ୍ଚମ ଦିନରେ ୮.୫୦ ରୁ ୮.୭୫ କୋଟି ଟଙ୍କା କଲେକ୍ସନ କରିଛି। ତେବେ ଏହି ହିସାହରେ ଫିଲ୍ମଟି ୧୦୪.୫ କୋଟି ଟଙ୍କା ଆୟ ସହ ୧୦୦ କୋଟି କ୍ଲବରେ ସାମିଲ ହୋଇଯାଇଛି।