Odia News Portal

ମୋଦି ଫିଟ ରହିବାର କାରଣ ଜାଣନ୍ତୁ …

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ମୋଦି ଏହି ବୟସରେ ମଧ୍ୟ ପୂରା ଫିଟ୍ ଅଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଥରେ ବି ରୋଗଗ୍ରସ୍ତ ହୋଇନାହାନ୍ତି। ତାଙ୍କର ଏହି ଫିଟନେସର ରାଜ କ’ଣ ଜାଣିଛନ୍ତି କି? ପ୍ରଧାନମନ୍ତ୍ରୀ ମୋଦି ଶୁଦ୍ଧ ନିରାମିଷାସୀ। ସେ ସକାଳ ୫ଟାରେ ଉଠି ଯାଆନ୍ତି। ସେ ରାତି ଯେତେଟାରେ ଶୋଇଲେ ସୁଦ୍ଧା ସକାଳେ ଶୀଘ୍ର ଉଠିଥାଆନ୍ତି। ସେ ସବୁଦିନ ଯୋଗ କରିଥାଆନ୍ତି।

ସୂଚନା ଅନୁଯାୟୀ ମୋଦି ଜଳଖିଆରେ ପୋହା ଖାଇବାକୁ ଭଲ ପାଆନ୍ତି। ଏହା ବ୍ୟତୀତ ଜଳଖିଆରେ ତାଙ୍କୁ ଗୁଜୁରାଟୀ ଖାଦ୍ୟ ଖାଇବାକୁ ଭଲ ଲାଗେ। ସେ ଖେଚୁଡ଼ି,ଦହି,ଉପମା,ଖାକରା ଆଦି ଗୁଜୁରାଟୀ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ସେ ଅଦା ଚା’ ପିଇବାକୁ ପସନ୍ଦ କରନ୍ତି।

ମୋଦି ଲଞ୍ଚରେ ବିନା ମସଲାଯୁକ୍ତ ସନ୍ତୁଳିତ ଖାଦ୍ୟ ଖାଇଥାଆନ୍ତି। ଦ୍ବିପ୍ରହରରେ ସେ ଭାତ,ଡାଲି,ତରକାରୀ ଏବଂ ଦହି ଖାଇଥାଆନ୍ତି। ଗହମ ରୁଟି ବଦଳରେ ତାଙ୍କୁ ଗୁଜରାଟୀ ଭାକରୀ ଖାଇବାକୁ ବେଶୀ ଭଲ ଲାଗେ। ସଂସଦ କାର୍ଯ୍ୟକାଳ ଚାଲିଥିବାବେଳେ ସେ ସଂସଦ ଭବନର କ୍ୟାଣ୍ଟିନରୁ ଫ୍ରୁଟ ସାଲାଡ ଖାଇଥାଆନ୍ତି।


ରାତି ଭୋଜନରେ ମୋଦି ହାଲୁକା ଭୋଜନ କରିଥାଆନ୍ତି। ଗୁଜୁରାଟୀ ଖେଚୁଡ଼ି ବ୍ୟତୀତ ସେ ଭାକରୀ,ଡାଲି ଏବଂ ବିନା ମସଲା ଯୁକ୍ତ ତରକାରୀ ଖାଇଥାଆନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରିରେ ଉପବାସ କରନ୍ତି। ତାଙ୍କ ମତରେ ଉପବାସ କରିବା ଦ୍ବାରା ଶରୀର ସୁସ୍ଥ ରହିଥାଏ।