ଚର୍ଚ୍ଚାରେ ବଙ୍ଗାଳୀ ଅଭିନେତ୍ରୀ ତଥା ସାଂସଦ ନୁସରତ । ନୁସରତ୍ ନିଜ ବିବାହର ସମସ୍ତ ମୂହୁର୍ତ୍ତକୁ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଆଜି ଅର୍ଥାତ୍ ୨୦ ଜୁନରେ ନୁସରତ୍ ନିଜର ବିବାହ ବେଳର ଫଟୋକୁ ସେୟାର କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଙ୍କ ବିବାହର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ନୁସରତ ଏବଂ ତାଙ୍କ ସ୍ବାମୀ ନିଖିଲ ଜୈନଙ୍କ ଯୋଡି ବହତୁ ସୁନ୍ଦର ଲାଗୁଛି।
ନୁସରତ ଜଣେ ଅଭିନେତ୍ରୀ ଏବଂ ମଡେଲ ଅଟନ୍ତି। ସେ ନିର୍ବାଚନକୁ ଓହ୍ଲାଇବା ସହିତ ସବୁଠାରୁ ସୁନ୍ଦରୀ ପ୍ରାର୍ଥୀ ଭାବରେ ମଧ୍ୟ ପରିଚିତ ଥିଲେ। ଏହାପରେ ନିର୍ବାଚନ ଜିତିବା ପରେ ସବୁଠାରୁ ସୁନ୍ଦରୀ ସାଂସଦ ହୋଇଥିବାର ମୁକୁଟ ଜିତିଥିଲେ। ତ୍ରୁଣମୁଳ କଂଗ୍ରେସରୁ ଟିକେଟ ପାଇ ପଶ୍ଚିମ ବଙ୍ଗର ବଶୀରହାଟରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ନସୁରତ୍ ବିଜେପି ପ୍ରାର୍ଥୀ ସାୟଂତନ ବସୁଙ୍କୁ ସାଢ଼େ ତିନି ଲକ୍ଷରୁ ଅଧିକ ଭୋଟରେ ହରାଇଥିଲେ। ନୁସରତ୍ ଜଣେ ଅଭିନେତ୍ରୀ ଏବଂ ଟିଏମସିର ସାଂସଦ ହୋଇଥିବାବେଳେ ନିଖିଲ କୋଲକାତାର ନାମିଦାମି ସକସେସଫୁଲ୍ ବିଜନେସମ୍ୟାନ ଅଟନ୍ତି। ଦୁହେଁ ଲମ୍ବା ସମୟ ଧରି ଦୁହିଁଙ୍କୁ ଡେଟ୍ କରୁଥିଲେ। ବୁଧବାର ଦିନ ସେ ତୁର୍କୀର ବୋଡରମରେ ହିନ୍ଦୁ ପରମ୍ପରା ଅନୁଯାୟୀ ପ୍ରେମିକ ନିଖିଲଙ୍କୁ ବିବାହ କରିଛନ୍ତି