ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାର ମୁଖ୍ୟତଃ ୩ଟି କାରଣ ଯୋଗୁଁ ଫେମସ ହୁଅନ୍ତି। ପ୍ରତିଭା, ବିବାଦ ଓ ସୌନ୍ଦର୍ଯ୍ୟ, ଏହି ୩ଟି କାରଣ ଯୋଗୁଁ ସବୁ କଳାକାର ଚର୍ଚ୍ଚାରେ ରୁହନ୍ତି। ପ୍ରତ୍ୟେକ ଷ୍ଟାର କିଛି ନା କିଛି କାରଣ ଯୋଗୁଁ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିବାରେ ସଫଳ ହୋଇଥାନ୍ତି।
ନିକଟରେ ଫେମସ ହୋଇଥିବା ରାନୁ ମଣ୍ଡଲ ନିଜ ପ୍ରତିଭା ପାଇଁ ସମଗ୍ର ବିଶ୍ବରେ ଚର୍ଚ୍ଚାରେ ଥିଲେ। ଠିକ୍ ସେହିଭଳି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ପ୍ଲେବ୍ୟାକ୍ ସିଙ୍ଗର ପ୍ରିୟଙ୍କା ରାୟ କୁଣ୍ଡୁ।
ପ୍ରିୟଙ୍କା ଜଣେ ଗାୟିକ ତଥା ମଡେଲ। ଖାସ କରି ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଆନ୍ତି। ପ୍ରିୟଙ୍କା ନିଜ ଆକର୍ଷଣୀୟ ଫିଗର ପାଇଁ ଚର୍ଚ୍ଚାରେ ରୁହନ୍ତି। ସାଉଥର ଗାୟିକା ପ୍ରିୟଙ୍କା ରାୟ କୁଣ୍ଡୁ କୋଲକାତାରେ ରୁହନ୍ତି। ପ୍ରିୟଙ୍କା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ଇନ୍ଷ୍ଟାଗ୍ରାମରେ ତାଙ୍କର ୨ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।
ପ୍ରିୟଙ୍କା ନିଜ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ଅନେକ ଫଟୋ ପୋଷ୍ଟ କରନ୍ତି। ସାଧାରଣତଃ ପ୍ରିୟଙ୍କାଙ୍କ ଫଟୋ ଭାଇରାଲ ହେଉଥାଏ। ପ୍ରଶଂସକ ତାଙ୍କ ନୂଆ ଫଟୋ ପୋଷ୍ଟ କରିବା ନେଇ ଅପେକ୍ଷାରେ ରୁହନ୍ତି। ନଜର ବୋଲ୍ଡ ଫଟୋ ସେୟାର କରି ପ୍ରିୟଙ୍କା ଚର୍ଚ୍ଚାରେ ରହି ଆସିଛନ୍ତି ।
