ମୁମ୍ବାଇ : କିଛି ଦିନ ପୂର୍ବରୁ ବଲିଉଡ଼ର ଜଣେ ଜଣାଶୁଣା ଗାୟିକା ନେହା କକ୍କଡ ଓ ଅଭିନେତା ହିମାଂଶ କୋହଲିଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିଲା । ଯାହାକୁ ନେଇ ଖୁବ ଭାଙ୍ଗପଡିଥିଲେ ନେହା । କିନ୍ତୁ ଏବେ ସେ ସବୁ ଟେନସନରୁ ବାହାରିଯାଇଛନ୍ତି । ଏହା ଆମେ କହିନାହୁଁ ବରଂ ନେହାଙ୍କ ସୋସିଆଲ ମିଡିଆରୁ ଜଣାପଡ଼ୁଛି।
ନେହାଙ୍କ ମୁଣ୍ଡରୁ ହିମାଂଶଙ୍କ ପ୍ରେମ ଖସିଯାଇଛି, ସେଥିପାଇଁ ଫ୍ୟାନଙ୍କୁ ସିଙ୍ଗିଲ ରହିବାର ଫାଇଦା ବୁଝଉଛନ୍ତି ସେ । ନିଜ ସୋସିଆଲ ଆକାଉଣ୍ଟରେ ସେ ଏନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ସେ କହିଛନ୍ତି ସିଙ୍ଗଲ ରହିବାର ସବୁଠୁ ବଡ ଫାଇଦା ହେଉଛି ଆପଣ ଠିକ ସମୟରେ ଶୋଇପାରିବେ ।
ଏଥିରୁ ଜଣାପଡୁଛି ନେହା ସିଙ୍ଗଲ ହୋଇ ଏବେ ଭଲରେ ସମୟ କାଟୁଛନ୍ତି ଏକ ରିଅଲିଟି ସୋରେ ନେହା ଓ ହିମାଂଶ ନିଜର ରିଲେସନସିପ୍କୁ ଆକସେପ୍ଟ କରିଥିଲେ । କିନ୍ତୁ ଏବେ ଦୁଇ ଜଣଙ୍କ ବ୍ରେକଅପ୍ ହୋଇଯାଇଛି । ନେହା ଓ ହିମାଂଶ ଓ ହମସଫର ମ୍ୟୁଜିକ୍ ଭିଡିଓରେ ଏକାଠି କାମ କରିଥିଲେ । ଏହି ମ୍ୟୁଜିକ୍ ଭିଡିଓଟିକୁ ଉଭୟଙ୍କ ଫ୍ୟାନ୍ ଖୁବ ପସନ୍ଦ କରିଥିଲେ । ଭିଡିଓଟି ରିଲିଜ ହେବା ପରେ ଦୁହିଁଙ୍କ ପ୍ରେମ ସଂପର୍କ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।
