ରଣବୀର ସବୁବେଳେ ଏକ ଅଲଗା ଆନ୍ଦାଜରେ ନଜରକୁ ଆସନ୍ତି । ଏହି ଫିଲ୍ମଟିରେ ମଧ୍ୟ ସେ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିବେ । ଏହାକୁ ଆଲିଆ ଭଟ୍ଟ କପ୍ଲିମେଣ୍ଟ ଦେଉଥିବା ନଜରକୁ ଆସିବ । ଏହି ସିନେମାଟି ରିଲିଜ ହେବାକୁ କେବଳ ତିନି ଦିନ ବାକି ରହିଛି । ଏହି ଫିଲ୍ମ ଫେବୃଆରୀ ୧୪ରେ ରିଲିଜ ହେବାକୁ ଯାଉଛି । ଏହା ମଧ୍ୟରେ ଆଲିଆ ଭଟ୍ଟ ଓ ରଣବୀର ସିଂ ଏହି ସିନେମା ପ୍ରୋମସୋନରେ ବ୍ୟସ୍ତ ରହୁଥିବା ଜଣାପଡ଼ିଛି ।
ଫରହାନ ଅଖତର ଓ ରିତେଶ ସିଦ୍ଧବାନୀଙ୍କ ଏହି ପ୍ରଡ଼କ୍ସନ କମ୍ପାନୀ ଏକ୍ସେଲ ଇଣ୍ଟରନେଟର ବ୍ୟାନରରେ ନିର୍ମିତ ଏହି ସିନେମା ମୁମ୍ବାଇର ଦୁଇ ଯୁବକଙ୍କ କାହାଣୀ ଉପରେ ଆଧାରିତ ହୋଇଛି । ଏହି ସିନେମାରେ ଆଲିଆ ଭଟ୍ଟ ଓ କଲ୍କୀ କେକଲା ମୁଖ୍ୟ ଭୁମିକାରେ ନଜରକୁ ଆସିବେ । ସିନେମାରେ ପ୍ରଥମ ଥର ପାଇଁ ରଣବୀର ଓ ଆଲିଆଙ୍କ ଯୋଡ଼ି ଦେଖିବାକୁ ମିଳିବ । ୨୦୧୯ ମସିହାର ପ୍ରଥମ ସିନେମା ହେଉଛି ଗଲି ବୟ । ତାଙ୍କ ସିନେମା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ।
