ମୁମ୍ବାଇ:ରୋହିତ ସେଟ୍ଟୀ ପ୍ରଡକ୍ସନ୍ସ ବ୍ୟାନରରେ ଜଣାଶୁଣା ନିର୍ଦ୍ଦେଶିକା ଫରାହ୍ ଖାନ୍ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଫରାହ ଖାନ୍ ଏହି ହିନ୍ଦୀ ସିନେମାରେ ପୁଣି ଥରେ ତାଙ୍କର ପ୍ରିୟ ଯୋଡ଼ିଙ୍କୁ ନେବାକୁ ଚାହୁଁଛନ୍ତି। ଏହି ଯୋଡ଼ି ହେଲେ ଶାହାରୁଖ୍ ଖାନ୍ ଓ ଦୀପିକା ପାଦୁକୋନ୍। ଶାହାରୁଖ୍-ଦୀପିକାଙ୍କ ଯୋଡ଼ିକୁ ପ୍ରଥମେ ପରଦାକୁ ଆଣିଥିଲେ ଫରାହ ଖାନ୍ ନିଜ ନିର୍ଦ୍ଦେଶିତ ସିନେମା ‘ଓମ୍ ଶାନ୍ତି ଓମ୍’ରେ। ତା’ପରେ ଶାହାରୁଖ୍ -ଦୀପିକାଙ୍କ ଯୋଡ଼ିକୁ ଦର୍ଶକ ‘ଚେନ୍ନାଇ ଏକ୍ସପ୍ରେସ୍’ ଓ ‘ହାପି ନ୍ୟୁ ଇୟର’ ଭଳି ଫିଲ୍ମରେ ବି ଦେଖିବାର ସୁଯୋଗ ପାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଫରାହ ଖାନ୍ଙ୍କ ଫିଲ୍ମ ପାଇଁ ସବୁଜ ସଙ୍କେତ ଦେଇ ସାରିଛନ୍ତି ଦୀପିକା ପାଦୁକୋନ୍। ତେବେ ସେ ଏବେ ମେଘନା ଗୁଲଜାରଙ୍କ ‘ଛପାକ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେଣେ ଶାହାରୁଖ୍ ଖାନ୍ ପ୍ରଖ୍ୟାତ ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ଏକ ଫିଲ୍ମରେ କାମ କରିବେ ବୋଲି ଶୁଣିବାକୁ ମିଳୁଛି। ଫରାହ୍ ଖାନ୍ଙ୍କୁ ଶାହାରୁଖ୍ ଖାନ୍ ମନା କରିବେ ନାହିଁ ବୋଲି କୁହାଯାଉଛି। ଯଦି ସବୁ ଠିକ୍ଠାକ୍ ରହେ,ତେବେ ଦର୍ଶକ ଫରାହ୍ ଖାନ୍ଙ୍କ ନୂଆ ସିନେମାରେ ପୁଣି ଥରେ ଶାହାରୁଖ୍-ଦୀପିକାଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ।
Sign in
Sign in
Recover your password.
A password will be e-mailed to you.
