ସଲମାନ ଖାନଙ୍କ ଫିଲ୍ମ ‘ଭାରତ’କୁ ପାକିସ୍ତାନ ଭୟ କରୁଛି ବୋଲି କୁହାଯାଉଛି। ତେଣୁ ଇଦରେ ‘ଭାରତ’ ଚଳଚ୍ଚିତ୍ର ରିଲିଜ ନକରିବାକୁ ନିଷ୍ପତ୍ତି ନିଆଯାଇଛି।। ସଲମାନ ଖାନଙ୍କ ଫିଲ୍ମ ପାକିସ୍ତାନରେ ଖୁବ ଭଲ ଆୟ କରେ। ସଲମାନଙ୍କ ତୁଳନାରେ ପାକିସ୍ତାନର କଳାକାର ଫିକା ପଡିଯାଆନ୍ତି। ପୁଲୱାମା ଆତଙ୍କୀ ହମଲା ପରେ ଏହି ଖବର ଭାଇରାଲ ହେଉଛି। ଜୁନ ମାସ ୫ ତାରିଖରେ ଭାରତ ଫିଲ୍ମ ରିଲିଜ ହୋଇଥାନ୍ତା। ପାକିସ୍ତାନରେ ସଲମାନଙ୍କର ଫିଲ୍ମ ବକ୍ସ ଅଫିସରେ ଖୁବ୍ ଭଲ ବ୍ୟବସାୟ କରେ। ପାକିସ୍ତାନର ଡିଷ୍ଟିବ୍ୟୁଟର୍ସ ମଧ୍ୟ ଭାରତ ଚଳଚ୍ଚିତ୍ରକୁ ନେଇ ବେଶ ଉତ୍ସାହିତ ଥିଲେ । କାରଣ ସଲମାନଙ୍କ ଫିଲ୍ମରେ ଜବରଦସ୍ତ ଭିଡ ହୋଇଥାନ୍ତା। ସୂଚନାଯୋଗ୍ୟ ଯେ ଗତ ବର୍ଷ ମିନିଷ୍ଟ୍ରି ଅଫ ଇନଫରମେସନ ଏଣ୍ଡ ବ୍ରଡକାଷ୍ଟିଂ ଅଫ ପାକିସ୍ତାନ ଏହା ନିଷ୍ପତ୍ତି ନେଇଥିଲେ ଯେ ଇଦର ୨ ଦିନ ପୂର୍ବରୁ ଓ ଇଦର ୨ ସପ୍ତାହ ପର୍ଯ୍ୟନ୍ତ କୌଣସି ଭାରତୀୟ ଫିଲ୍ମ ରିଲିଜ ହେବ ନାହିଁ। ଏହି କାରଣରୁ ପାକିସ୍ତାନରେ ସଲମାନ ଖାନଙ୍କ ଫିଲ୍ମ ରେସ ୩ ମଧ୍ୟ ଇଦରେ ରିଲିଜ ହୋଇନଥିଲା। ତେବେ ଭାରତ ଫିଲ୍ମକୁ ଜଦି ପୂର୍ବରୁ ରିଲିଜ କରାଯିବ ତାହେଲେ ପାଇରେସି ମାମଲା ହୋଇପାରେ। ପୂର୍ବରୁ ମଧ୍ୟ ପାକିସ୍ତାନରେ ଅନେକ ପାଇରେସି ମାମଲା ଦେଖିବାକୁ ମିଳିଛି। ଭାରତ ଚଳଚ୍ଚିତ୍ରରେ ଭାରତ-ପାକିସ୍ତାନର ଅଲଗା ହେବା କାହାଣୀ ଦେଖା ଯାଇଛି। ଏହି ଫିଲ୍ମରେ ସଲମାନଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ କେଟ୍ରିନା ଅଭିନୟ କରୁଛନ୍ତି।
