Odia News Portal

ସାରାଙ୍କ ଫଟୋ ସୋଶିଆଲ ମିଡିଆରେ ଭାଇରାଲ

ମୁମ୍ବାଇ : ସାରା ସୋଶିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାଆନ୍ତି ଏବଂ ସବୁବେଳେ ନିଜର ହଟ୍ ଫଟୋ ସେୟାର କରୁଥାଆନ୍ତି। ଏବେ ସାରା ବ୍ଲାକ୍ ଡ୍ରେସ୍ ପିନ୍ଧିଥିବା ଫଟୋଟି ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଟ୍ରୋଲ୍ ମଧ୍ୟ ହେଉଛି। ନୀଳ ରଙ୍ଗର ଡ୍ରେସ୍ ପିନ୍ଧିଥିବା ଫଟୋଟି ମଧ୍ୟ ଭାଇରାଲ ହୋଇଛି।

ସାରା ଛୋଟ ପରଦାର ଏକ ଲୋକପ୍ରିୟ ଅଭିନେତ୍ରୀ ଯିଏ ଅନେକ ଶୋରେ ନଜର ଆସିଛନ୍ତି ଯେପରିକି ‘ରାମ ମିଲାୟେ ଯୋଡ଼ି’,‘ସସୁରାଲ ସିମର କା’,‘ଭାଗ୍ୟଲକ୍ଷ୍ମୀ’,‘ଦିଲ ବୋଲେ ଓବରୋୟ’,‘ଜାନା ନା ଦିଲ ସେ ଦୂର’,‘ବିଦାଇ’। ଏହି ସବୁ ଶୋରେ ତାଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ।
ସାରା କେବଳ ଭାରତୀୟ ଶୋ ନୁହେଁ ଅନେକ ପାକିସ୍ତାନୀ ଶୋରେ ମଧ୍ୟ କାମ କରିଛନ୍ତି। ବର୍ତ୍ତମାନ ସେ କେବଳ ମ୍ୟୁଜିକ୍ ଭିଡିଓରେ ନଜର ଆସୁଛନ୍ତି।