Odia News Portal

ପୁଣି ଚମକିଲା ଅକ୍ଷରା ସିଂହଙ୍କ କଣ୍ଠର ଜାଦୁ : ଭାଇରାଲ ହେଲା କୱଲେଜିଆ ବଲମୁଆ

ଭୋଜପୁରୀ ସୁପର ବିଉଟି ଅକ୍ଷରା ସିଂହଙ୍କ ଜଲୱା ପୁଣି ଥରେ ଦେଖିବାକୁ ମିଳିଛି। ତାଙ୍କ ଚମତ୍କାର କଣ୍ଠରେ ପୁଣିଥରେ ଭୋଜପୁରୀ ସଂଗୀତର ଦୁନିଆ ଝୁମି ଉଠିଛି। ଅକ୍ଷରା ତାଙ୍କ ଗୀତ ପୀଇଁ ସବୁବୋଳେ ଚର୍ଚ୍ଚାରେ ଥାଆନ୍ତି। ଏହି କାରଣରୁ ୨୦୧୮ ମସିହାରେ ଅକ୍ଷରାଙ୍କ ନୂଆ ଗୀତ “କୱଲେଜିଆ ବଲମୁଆ” ରିଲିଜ ହବାର କିଛି ଦିନ ମଧ୍ୟରେ ଭାଇରାଲ ହୋଇଯାଇଥିଲା। ଗୀତ ଅପଲୋଡ ହବାର ୨୪ ଘଣ୍ଟା ମଧ୍ୟରେ ଦଶ ଲକ୍ଷ ଦର୍ଶକ ଏହାକୁ ଦେଖିଥିଲେ। “କୱଲେଜିଆ ବଲମୁଆ” ଅକ୍ଷରାଙ୍କର ୨୦୧୯ ମସିହାର ପ୍ରଥମ ମ୍ୟୁଜିକ୍‌ ଆଲବମ କିନ୍ତୁ ୱେବ ମିଉଜିକ୍‌  ୟୁ ଟ୍ୟୁବ ଚ୍ୟାନଲରେ ଏହି ଗୀତ ରିଲିଜ ହୋଇଥିଲା । ଏହି ଗୀତରୁ ଅକ୍ଷରା ଚଳିତ ବର୍ଷ ମଧ୍ୟ ଭୋଜପୁରୀ ଦର୍ଶକଙ୍କ ଦିଲରେ ରାଜ କରିବେ। ସେ ତାଙ୍କ ଗୀତ କ୍ୟାରିଅରକୁ ନେଇ ଖୁବ ପରିଶ୍ରମ କରୁଛନ୍ତି।  ଅକ୍ଷରାଙ୍କ ପିଆରଓ ସଂଜୟ ଭୁଷଣ ପଟିଆଲା କହିଛନ୍ତି ଯେ ୨୦୧୮ ମସିହାରେ ଅକ୍ଷରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।

ଲୋକଙ୍କ ପାଇଁ ଅକ୍ଷରା ଏନର୍ଜି ଓ ପ୍ରେରଣାର ନିଦର୍ଶନ ହୋଇଥିଲେ। ଆଗାମୀ ଭୋଜପୁରୀ ପ୍ରୋଜେକ୍ଟରେ ସେ ଧମାଲ କରିବେ ବୋଲି ଶ୍ରୋତାଙ୍କ ବିଶ୍ୱାସ।  ଗତ ବର୍ଷ ଛଟ୍‌ ପୂଜାରେ ରିଲିଜ ହୋଇଥିବା “ଫୁଟି ଫୁଟି ରୋଏ ନିର୍ଧଲିୟା” ଗୀତ ହିଟ୍‌ ହୋଇଥିଲା। ପୁରା ସହର ଏଇ ଗୀତରେ ଝୁମି ଉଠିଥିଲା। ଶ୍ରାବଣ ମାସରେ ରିଲିଜ ହୋଇଥିବା “ହର-ହର ବମ-ବମ” ଆଲବମ, ବାବାଙ୍କ ଧାମରେ ସବୁ ଭକ୍ତମାନେ ଶୁଣୁଥିଲେ। ଏହା ସହ ଦେବୀଙ୍କ “ମାଁ ଅୱତାରୀ” ହୋ ଆଲବମ ମଧ୍ୟ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା। ଅକ୍ଷରାଙ୍କ ରୋମାଣ୍ଟିକ ଓ ଉଦାସ ଗୀତ ଲୋକଙ୍କୁ ବେଶ ପସନ୍ଦ ଆସିଥିଲା ।