କମେଡି କୁଇନ୍ ଭାରତୀ ସିଂହ । ଯାହାଙ୍କ ନାଁ ହିଁ ତାଙ୍କର ପରିଚୟ । ଆଜି ହେଉଛି ଭାରତୀଙ୍କ ଜନ୍ମଦିନ । ଅର୍ଥାତ୍ ୩ ଜୁଲାଇ ୧୯୮୪ରେ ଅମ୍ରିତସରରେ ଜନ୍ମ ହୋଇଥିଲେ ଏହି କମେଡି କୁଇନ୍ । ଭାରତୀଙ୍କ ସଫଳ ଜୀବନକୁ ଆପଣ ଦେଖୁଛନ୍ତତ ହେଲେ ଏହା ପଛର କାହାଣୀ ବୋଧେ ଜାଣିନଥିବେ । ଏମିତି ଜଣେ ହାସ୍ୟଅଭିନେତ୍ରୀ ହେଉଛନ୍ତି ଭାରତୀ ଯିଏ ଜୀବନରେ କରିଛନ୍ତି ଅନେକ ସଂଘର୍ଷ । ପିଲାବେଳୁ ମନରେ ଅନେକ କଷ୍ଟ ଏବଂ ଆଖିରେ ଲୁହ ନେଇ ବଡ଼ ହୋଇଥିବା ଭାରତୀ ଆଜି ଦେଶବାସୀଙ୍କ ଓଠରେ ହସ ଆଣିବା ପାଇଁ କରୁଛନ୍ତି କାମ । ତେବେ ଭାରତୀଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସଫଳ ଜୀବନ ପଛର ସଂଘର୍ଷ କାହାଣୀ ।
ଘରର ସମସ୍ୟାରୁ ବିରକ୍ତ ହୋଇ ଏନସିସି କ୍ୟାମ୍ପକୁ ପଳାଇଯାଉଥିଲେ ଭାରତୀ । ଆଉ ଟଙ୍କା ରୋଜଗାର କରିବା ଚକ୍କରରେ ଭିନ୍ନ ଭିନ୍ନ ସ୍ଥାନରେ ଅଡିସନ୍ ମଧ୍ୟ ଦେଉଥିଲେ । ତେବେ ଭାରତୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ପ୍ରଥମ ଥର ଚିହ୍ନିଥିଲେ ସୁଦେଶ ଲହରୀ । ତାଙ୍କର ଅଭିନୟରେ ଇମ୍ପ୍ରେସ୍ ହୋଇ ଜୀବନର ପ୍ରଥମ ରୋଲ୍ ଅଫର୍ କରିଥିଲେ । ଆଜି ଭାରତୀ ଜଣେ ଏମିତି କମେଡିଆନ୍ ଯିଏ ସବୁ ବୟସର ଲୋକଙ୍କ ପ୍ରିୟ । ପିଲା ହେଉ ବା ବୃଦ୍ଧ, ଭାରତୀଙ୍କ କମେଡିର ଦିୱାନା ସମସ୍ତେ ।
ତେବେ ଭାରତୀଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫଟର୍ ଚ୍ୟାଲେଞ୍ଜ । ଏହି ସୋ ହିଁ ଭାରତୀଙ୍କୁ ଜଣେ କମେଡିଆନର ପରିଚୟ । ଆଉ ଏହି ସୋ ହିଁ ଖୋଲିଦେଲା ନୂଆ ଜୀବନର ନୂଆ ରାସ୍ତା ।
ଭାରତୀ କୁହନ୍ତି ତାଙ୍କ ଶରୀର ଏବଂ ଅଧିକ ଓଜନ ପାଇଁ ପିଲାବେଳେ ସାଙ୍ଗମାନେ ଚିଡାଉଥିଲେ । ଏପରିକି ଘରଲୋକମାନେ ମଧ୍ୟ ଓଜନ କମ୍ କରିବାକୁ ପରାମର୍ଶ ଦେଉଥିଲେ । କିନ୍ତୁ ଆଜି ତାଙ୍କର ଏହି ଶରୀର ହିଁ ତାଙ୍କର ପରିଚୟ ବନିଯାଇଛି ।
