Odia News Portal

ପ୍ରଥମ ଥର ପାଇଁ ତାଜମହଲ ପରିଦର୍ଶନ କରି ଆତ୍ମବିଭୋର ହୋଇପଡ଼ିଲେ ଏହି ଦକ୍ଷିଣ ଭାରତୀୟ ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଏବେ ବଲିଉଡ଼ରେ ମଧ୍ୟ ନିଜ ଜଲଓ୍ଵା ଦେଖାଇବାରେ ବ୍ୟସ୍ତ। ସିଙ୍ଘମ୍‌ ଫିଲ୍ମ ଜରିଆରେ ହିନ୍ଦୀ ସିନେମା ଜଗତରେ ପାଦ ଥାପିଥିବା କାଜଲଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଆଗ୍ରାର ତାଜମହଲ ସାମ୍ନାରେ ଉଠାଯାଇଛି।

ମଙ୍ଗଳବାର କାଜଲ ପରିବାର ସହ ପ୍ରଥମ ଥର ପାଇଁ ତାଜମହଲ ଭ୍ରମଣରେ ଯାଇଥିଲେ। ତାଜମହଲର ସୌନ୍ଦର୍ଯ୍ୟକୁ ସେ ମନ ଭରି ଉପଭୋଗ କରିବା ସହ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି। ସକାଳର ପହିଲି କିରଣର ସ୍ପର୍ଶ ବେଳେ କାଜଲ ତାଜ୍‌ ପରିଦର୍ଶନ କରିଥିବା ଫଟୋ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଡାଏନା ବେଞ୍ଚ୍‌ରେ ବସି ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ବାପାଙ୍କ ସହ ଏ ଅବସରରେ କାଜଲ ସେଲ୍‌ଫି ମଧ୍ୟ ନେଇଛନ୍ତି।

ତାଜ୍‌ ଭ୍ରମଣ ବେଳର ଫଟୋ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସେୟାର କରି କାଜଲ ଲେଖିଛନ୍ତି ଯେ ପୂର୍ବରୁ ମୁଁ କେବଳ ତାଜମହଲର ମନୋରମ ସୁନ୍ଦରତା ବିଷୟରେ ଶୁଣିଥିଲି। ଆଜି ପ୍ରଥମ ଥର ପାଇଁ ତାଜମହଲ ପରିଦର୍ଶନ କରି ଏହାର ସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି। ଏହି ଭ୍ରମଣ ସବୁବେଳ ପାଇଁ ସ୍ମୃତି ହୋଇ ରହିବ ବୋଲି କାଜଲ ଲେଖିଛନ୍ତି।