Odia News Portal

ସୁସ୍ମିତାଙ୍କ ଅଧୁରା ସ୍ବପ୍ନ, ଫଟୋ ଶେୟାର କରି ଲେଖିଲେ ଏମିତି

ବମ୍ବେ : ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ୍‌ ଦୀର୍ଘଦିନ ଧରି ବଡ଼ପରଦାରୁ ଦୂରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ସୁସ୍ମିତା ବୟଫ୍ରେଣ୍ଡ୍‌ ଏବଂ ପାଳିତା କନ୍ୟାଙ୍କ ସହିତ ବର୍ତ୍ତମାନ ମାଳଦ୍ୱୀପରେ ଛୁଟି କଟାଉଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଅଧୁରା ରହିଯାଇଥିବା ଏକ ଇଚ୍ଛା ବା ସ୍ବପ୍ନ ବିଷୟରେ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଏକ କଳାଧଳା ଫଟୋ ଶେୟାର କରି ଲେଖିଛନ୍ତି, ‘କାଶ୍‌ ତୁମେ ମୋର ଯାଆଁଳା, କିନ୍ତୁ ତୁମେ ବର୍ତ୍ତମାନ ଫାତିମା ଖଲିଦ୍‌।

ମୋ ପାଇଁ ଏକ ପରୀ ସଦୃଶ। ମୁଁ ବହୁତ ସୌଭାଗ୍ୟବତୀ କି, ତୁମ ପରି ଜଣେ ଭଉଣୀ ପାଇଛି। ଏକ ସମୟରେ ଦୁଇଜଣ ସାଥୀ ହୋଇ ଦୁନିଆକୁ ଆସିବା ବହୁତ ଖୁସି କଥା। ସୁସ୍ମିତା ବହୁବାର ଫାତିମାଙ୍କ ସହିତ ଫଟୋରେ ନଜର ଆସିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୁସ୍ମିତା ବ୍ୟକ୍ତିଗତ ଜୀବନ ସମ୍ପର୍କରେ କହିବାକୁ ଗଲେ ସେ ଦୀର୍ଘଦିନ ଧରି ବୟଫ୍ରେଣ୍ଡ୍‌ ରହେମାନ୍‌ ଶଲ୍‌ଙ୍କ ସହ ରିଲେସନଶିପ୍‌ରେ ରହି ଆସୁଛନ୍ତି।

ସର୍ବସମ୍ମୁଖରେ ଏହି କଥା ଦୁଇଜଣ ସ୍ବୀକାର ମଧ୍ୟ କରିସାରିଛନ୍ତି। କିଛିଦିନ ତଳେ ବୟଫ୍ରେଣ୍ଡଙ୍କ ସହ ସୁସ୍ମିତାଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିବା ଶୁଣିବାକୁ ମିଳିଥିଲା। ଏହା ପରେ ସୁସ୍ମିତା ବୟଫ୍ରେଣ୍ଡଙ୍କ ସହ ସୋସିିଆଲ ମିଡିଆରେ କିଛି ଫଟୋ ଶେୟାର କରି ଏହାକୁ ମିଥ୍ୟା ପ୍ରମାଣିତ କରାଇଥିଲେ।