Odia News Portal

ଆସନ୍ତୁ ଜାଣିବା କ’ଣ ପାଇଁ ବନ୍ଦ ହେବ ‘ବିଗବସ୍-୧୩’ !

ମୁମ୍ବାଇ : କଲର୍ସ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରୀୟ କାର୍ଯ୍ୟକ୍ରମ ‘ବିଗବସ୍-୧୩’ ଆରମ୍ଭରୁ ବିବାଦରେ ଘେରିଯାଇଛି। ସଲମାନ ଖାନଙ୍କ ପ୍ରାୟୋଜିତ ଏହି ଟେଲିଭିଜନ କାର୍ଯ୍ୟକ୍ରମର କଣ୍ଟେଣ୍ଟକୁ ନେଇ ବିବାଦ ଉପୁଜିଥିବା ବେଳେ ଏହାକୁ ବନ୍ଦ କରିବା ଲାଗି ସାରା ଦେଶରେ ଆନ୍ଦୋଳନ ହେଉଛି। ଏଥିରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କୁ ବିଜେପିର ଗାଜିଆବାଦ ବିଧାୟକ ନନ୍ଦ କିଶୋର ଗୁର୍ଜରଙ୍କ ଏକ ଚିଠି ବିଗବସ୍ ସୋକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି।

ଟେଲିଭିଜନରେ ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଅଶ୍ଲୀଳ ଓ ଅଶିଷ୍ଟ ବୋଲି ନନ୍ଦ କିଶୋର ପତ୍ରରେ ଉଲ୍ଳେଖ କରିବା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପ୍ରସାର ଭାରତୀଙ୍କୁ ବିଗବସ୍ ର ଆପତ୍ତିଜନକ କଣ୍ଟେଣ୍ଟ ସମ୍ପର୍କରେ ତଥ୍ୟ ତଲବ କରିଥିବା ଜଣାପଡିଛି।  ଏହି କାର୍ଯ୍ୟକ୍ରମର ଚଳିତ ସେସନରେ ମେକର୍ସ କଣ୍ଟେଷ୍ଟାଣ୍ଟଙ୍କୁ ଘରେ ନିଜ ଇଛାରେ ବେଡ ସେୟାର କରିବାକୁ ଅନୁମତି ଦେଇଛନ୍ତି। ତେବେ ଏଥିରେ କଣ୍ଟେଷ୍ଟାଣ୍ଟଙ୍କ ପ୍ରାଇଭେସିକୁ ମଧ୍ୟ ଦର୍ଶକଙ୍କୁ ପ୍ରଦର୍ଶିତ କରାଯିବା ଏବେ ବିରୋଧର କାରଣ ପାଲଟିଛି।

ପ୍ରାଇମଟାଇମରେ ପ୍ରଦର୍ଶିତ ହେଉଥିବା ଏହି କାର୍ଯ୍ୟକ୍ରମ ଲାଗି ଆୟୋଜକ ପ୍ରଥମେ ‘ବେଡ ଫ୍ରେଣ୍ଡ ଫରଏଭର’ କନସେପ୍ଟରେ କରିବାକୁ ଚାହୁଁଥିଲେ। ହେଲେ ବିରୋଧ ହେବାରୁ ଆୟୋଜକ କନସେପ୍ଟ ରଦ୍ଦ କରିଥିବା ସତ୍ତ୍ୱେ କଣ୍ଟେଷ୍ଟାଣ୍ଟଙ୍କ ଚାଲିଚଳଣି ଓ ଆଚରଣରେ ଅଶ୍ଲିଳତା ଭରି ରହୁଥିବା ବେଳେ ଯାହା ପ୍ରଦର୍ଶନ ଯୋଗ୍ୟ ନୁହେଁ ତାହା ବି ପ୍ରଦର୍ଶିତ ହେଉଛି। ଏଣୁ ପ୍ରସାର ଭାରତୀଙ୍କ ରିପୋର୍ଟକୁ ଏବେ ଅପେକ୍ଷା କରାଯାଇଛି। ଯଦି କାର୍ଯ୍ୟକ୍ରମ ବିରୋଧରେ ରିପୋର୍ଟ ଯାଏ ତେବେ ବନ୍ଦ ହେବା ଏକପ୍ରକାର ନିଶ୍ଟିତ।