ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ କରିଥିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ଲମ୍ବା ଯାଞ୍ଚ ପରେ ଆଜି ମୁମ୍ବାଇ ପୋଲିସ ଏହି ମାମଲାକୁ ବନ୍ଦ କରିବାର ନିଷ୍ପତି ନେଇଛନ୍ତି।ତଦନ୍ତରେ ତନୁଶ୍ର ଦତ୍ତଙ୍କ ଅଭିଯୋଗକୁ ଆଧାରହୀନ ଧରାଯାଇଛି। ଏହି କେସରେ ପୋଲିସ ‘ବି ରିପୋର୍ଟ’ ଫାଇଲ କରିଛନ୍ତି। ଏହି ‘ବି ରିପୋର୍ଟ’ ସେତେବେଳେ ଫାଇଲ କରାଯାଇଥାଏ ଯେତେବେଳେ ପୋଲିସକୁ ଅଭିଯୁକ୍ତଙ୍କ ବିରୋଧରେ ଗୋଟିଏ ବି ପ୍ରମାଣ ମିଳିନଥାଏ।
ଅଭିନେତ୍ରୀ ତନୁଶ୍ରୀ ଦତ୍ତ ବଲିଉଡ୍ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଆଣିଥି ଲେ ଯୌନ ନିର୍ୟାତନା ମାମଲା । ୧୦ ବର୍ଷ ତଳେ ‘ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମର ଶୁଟିଂ ସେଟ୍ରେ ନାନା ପାଟେକର ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଅଭଦ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।ତନୁଶ୍ରୀ ଅଭିଯୋଗ କରିବା ପରେ ସମଗ୍ର ଦେଶରେ ମି’ ଠୁ (metoo) ନାମକ ଏକ ଅଭିଯାନ ଆରମ୍ଭ ହୋଇଥିଲା।