ନୂଆଦିଲ୍ଲୀ() ୬୮ମସିହାରେ ନରେନ୍ଦ୍ର ମୋଦି ଏବଂ ଯଶୋଦା ବେନଙ୍କ ବିବାହ ହୋଇଥିଲା,କିନ୍ତୁ ଦେଶ ସେବା ଏବଂ ସଙ୍ଘ ପ୍ରଚାର କରିବା ପାଇଁ ନରେନ୍ଦ୍ର ମୋଦି ତାଙ୍କଠୁ ଅଲଗା ହୋଇଯାଇଥିଲେ।
ଯଶୋଦାବେନଙ୍କ କହିବାନୁସାରେ, ଗତ ୫୦
ବର୍ଷ ହେବ ମୁଁ ନରେନ୍ଦ୍ର ମୋଦିଙ୍କଠୁ ଅଲଗା ରହୁଛି। ତଥାପି ମୁଁ ଏହି କଥାରେ ଖୁସି ଯେ ମୋତେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ବୋଲି ଜାଣନ୍ତି। ନରେନ୍ଦ୍ର ମୋଦିଙ୍କ ସହ ରହିବାକୁ ତାଙ୍କୁ ବହୁତ ଇଚ୍ଛା ହୁଏ କିନ୍ତୁ ମିଡିଆ ଏହାକୁ ସବୁବେଳେ ଭୁଲଭାବେ ଦେଖାଇଥାଏ। ମୋଦି ଯଦି ତାଙ୍କୁ ଥରେ ତାଙ୍କୁ ଡାକନ୍ତି ତାହେଲେ ସେ ତାଙ୍କ ପାଖକୁ ସବୁଦିନ ପାଇଁ ଚାଲିଯିବେ। କିନ୍ତୁ ମୋଦି ତାଙ୍କୁ ଡାକିଲେ ସେ ଯିବେ ବୋଲି କହିଥିଲେ କିନ୍ତୁ ମିଡିଆଠୁ ଦୂରରେ ରହିବାକୁ ଚାପ ପ୍ରୟୋଗ କରାଯାଏ। ସେ ଚାପ ପ୍ରୟୋଗକାରୀଙ୍କ ବିଷୟରେ କିଛି କହିନାହାନ୍ତି। ଯଶୋଦାବେନ କୁହନ୍ତି ଯେତେବେଳେ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ସମୟରେ ବଡ଼ୋଦରା ଭୋଟ ଦେବାବେଳେ ମୋଦି ତାଙ୍କ ନାଁ ଲେଖିଥିଲେ ତାଙ୍କ ଆଖିରେ ଲୁହ ଭରିଆସିଥିଲା। ସେ ଆଶା କରିଥିଲେ ଯେ ମୋଦି ତାଙ୍କୁ ଗ୍ରହଣ କରିନେବେ କିନ୍ତୁ ଏପରି କିଛି ହୋଇନଥିଲା। ଯଶୋଦାବେନ କହିଥିଲେ ଯେ ତାଙ୍କର କେବଳ ଗୋଟିଏ ଦୁଃଖ ଯେ ମୋଦି ତାଙ୍କୁ ନିଜ ପାଖକୁ ଡାକୁନାହାନ୍ତି।
ନରେନ୍ଦ୍ର ମୋଦି ଯେତେବେଳେ ନାମାଙ୍କନ ପତ୍ର ଦାଖଲ କରୁଥିବାବେଳେ ଯଶୋଦାବେନଙ୍କୁ ପତ୍ନୀ ବୋଲି ଲେଖିଥିଲେ ସେତେବେଳେ ଯଶୋଦାବେନ ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ।
