କିଛି ଦିନ ପରଦାଠାରୁ ଦୂରରେ ରହିବା ପରେ ଏବେ ଫିଲ୍ମ ଅମାବାସ ଜରିଆରେ ଫେରୁଛନ୍ତି ଅଭିନେତ୍ରୀ ନର୍ଗୀସ ଫକ୍ରୀ । ଫିଲ୍ମର ଗୀତ ଏବଂ ଟ୍ରେଲର ରିଲିଜ୍ ହୋଇ ସାରିଥିବା ବେଳେ ଫିଲ୍ମକୁ ନେଇ ଖୁବ୍ ଆଶାବାଦୀ ନର୍ଗୀସ୍ । ଫିଲ୍ମ ଅପେକ୍ଷା ଏବେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିବାହ ପୂର୍ବରୁ ନର୍ଗୀସ୍ ଗର୍ଭବତୀ ଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତାଙ୍କ ଚାଲି ଚଳନ ଏବଂ ପିନ୍ଧୁଥିବା ପୋଷାକ ପାଇଁ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ସବୁ ବେଳେ ଗ୍ଲାମରସ୍ ପୋଷକ ପିନ୍ଧୁଥିବା ନର୍ଗୀସ୍ ଏବେ ଢ଼ିଲା ଢ଼ିଲା ପୋଷାକରେ ନଜର ଆସୁଛନ୍ତି । କିଛି ଲୋକ ସେ ତାଙ୍କର ବେବି ବମ୍ପ ଲୁଚାଇବା ପାଇଁ ଏଭଳି ପୋଷାକ ପିନ୍ଧୁଥିବା କହିବା ଆରମ୍ଭ କରିଛନ୍ତି । ଏହା ସହ ମିଡିଆକୁ ଦେଖିଲେ ସେ ବିରକ୍ତ ହେବା ସହ ମୁହଁ ଲୁଚାଇ ଚାଲି ଯାଉଛନ୍ତି । ତେବେ ପ୍ରକୃତରେ ସେ ଗର୍ଭବତୀ ଅଛନ୍ତି କି ନାହିଁ, ସେ ନେଇ ନରଗୀସ୍ କୌଣସି ମତ ରଖି ନାହାନ୍ତି ।
