Odia News Portal

ନେହା ଗୋଟେ ଗୀତ ପାଇଁ ନେଇଥାନ୍ତି …….

ସିଙ୍ଗର ନେହା କକ୍କର ନିଜର ସୁମଧୁର କଣ୍ଠ ପାଇଁ ଲୋକମାନଙ୍କ ମନରେ ଜାଗା କିଣି ପାରିଛନ୍ତି। ନେହା ଇଣ୍ଡିଆନ ଆଇଡଲରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ଖୁବ୍ କମ ବୟସରୁ ହିଁ ଗୀତ ଗାଇବା ଆରମ୍ଭ କରିଥିଲେ। ପରିବାର ସଦସ୍ୟଙ୍କ ଦେଖାଶୁଣା କରିବା ପାଇଁ ମଧ୍ୟ ଜାଗରଣ ବା ମନ୍ଦିର ପରିସରରେ ଗୀତ ଗାଉଥିଲେ। ସେହି ସମୟରେ ଗୀତ ଗାଇବା ପାଇଁ ନେହାଙ୍କୁ ଖୁବ୍ କମ ଟଙ୍କା ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ସଫଳତାର ଶୀର୍ଷରେ ପହଞ୍ଚିଥିବା ନେହା ଗୋଟିଏ ଗୀତ ପାଇଁ ନେଉଛନ୍ତି ଅତ୍ୟଧିକ ଟଙ୍କା।

ନେହା ପ୍ରଥମେ ୫୦୦ ଟଙ୍କାରେ ଗୀତ ଗାଉଥିଲେ। କିନ୍ତୁ ଏବେ ନେହା ଗୋଟିଏ ଗୀତ ଗାଇବା ପାଇଁ ୮ ଲକ୍ଷ ଟଙ୍କା ଚାର୍ଜ କରିଥିବା ବେଳେ ନବରାତ୍ରୀ ସମୟରେ ୧୫ ରୁ ୨୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି। ନେହା କକର ତାଙ୍କର ଗୋଟିଏ ଗୀତରେ ସେ ଲୋକପ୍ରିୟତା ହାସଲ କରିପାରିଥିଲେ। ସେ ୨୦୧୫ରେ ନିଜର ୟୁଟ୍ୟୁବ ଚ୍ୟାନେଲରେ ବଲିଉଡ ଗୀତର ମାଶଅପ୍ ସେୟାର କରିଥିଲେ। ଯାହାଦ୍ବାରା ତାଙ୍କର ଲୋକପ୍ରିୟତା ଅଧିକ ବଢିଯାଇଥିଲା।