Odia News Portal

ବ୍ରେକ୍ଅପ୍ ପରେ ନେହାଙ୍କ ବୋଲଣ୍ଡ ଅନ୍ଦାଜରେ ଜବାବ

କିଛି ଦିନ ତଳେ ଅଭିନେତା ହିମାଂଶ୍ କୋହଲିଙ୍କ ସହିତ ତାଙ୍କ ବ୍ରେକ୍ଅପ୍ ହୋଇସାରିଛି। ଦିନ ଥିଲା ନେହା ଓ ହିଂମାଶ୍ଙ୍କ ଯୋଡ଼ିଙ୍କୁ ସମସ୍ତେ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରୁଥିଲେ। କିନ୍ତୁ କୌଣସି କାରଣ ପାଇଁ ପ୍ରଥମେ ନେହା ଓ ହିମାଂଶ୍ ଦୁହେଁ ଦୁହିଁଙ୍କୁ ସୋଶାଲ ମିଡିଆ ଆକାଉଣ୍ଟରୁ ଅନ୍ଫଲୋ କରିଥିଲେ।
ବର୍ତ୍ତମାନ ନେହା ସୋଶାଲ ମିଡିଆରେ ଏକ ଗୀତକୁ ଶେଆର୍ କରିଛନ୍ତି। କୁହାଯାଉଛି ଯେ, ଏହି ଗୀତଟିକୁ ନେହା ଏକ୍ସ-ବୟଫ୍ରେଣ୍ଡ୍ ହିମାଂଶ କୋହଲିଙ୍କ ପାଇଁ ଡେଡିକେଟ୍ କରିଛନ୍ତି।
ନେହା ‘ତେରା ଘାଟା ‘ଗୀତଟିକୁ ଗାଇଛନ୍ତି ଏବଂ ଏଥିରେ ଅଭିନୟ ମଧ୍ୟ କରିଛନ୍ତି। ଏହି ଭିଡିଓକୁ ଦେଖିଲେ ସଫା ଜଣାପଡୁଛି ଯେ, ନେହା ଦୁଃଖରେ ଅଛନ୍ତି।
ଏହି ଗୀତରେ ନେହା ହଟ ଦେଖାହେବା ସହ ବୋଲଣ୍ଡ ଅନ୍ଦାଜରେ ଜବାବ ରଖିଛନ୍ତି । ତେବେ ନେହାଙ୍କ ଏହି ଗୀତକୁ ଲୋକେ ବହୁତ ପସନ୍ଦ କରିବା ସହ ମଜବୁତ ରହିବା ପାଇଁ କହିଛନ୍ତି ।