Odia News Portal

ଏହି ଅଭିନେତ୍ରୀଙ୍କୁ ରିପ୍ଲେସ୍ କଲେ ନୋରା

ମୁମ୍ବାଇ() ଆଇଟମ୍ ନମ୍ବର ଦେଇ ବଲିଉଡ୍ରେ ନିଜର ଜାଗା ବନେଇସାରିଲେଣି ନୋରା । ତେବେ ପରିଣୀତି ଚୋପ୍ରାଙ୍କୁ ରିପ୍ଲେସ୍ କରିଛନ୍ତି ବଲିଉଡ୍ର ହଟ୍ କୁଇନ୍ ନୋରା ଫତେହି ।

ସୂଚନା ଅନୁଯାୟୀ, ଅଜୟ ଦେବ୍ଗନଙ୍କ ଅପକମିଂ ଫିଲ୍ମ ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ପୂର୍ବରୁ ପରିଣୀତି ଚୋପ୍ରାଙ୍କୁ ଲିଡ୍ ହିରୋଇନ୍ ଭାବେ ଫାଇନାଲ୍ କରାଯାଇଥିଲା। ହେଲେ ଏବେ ତାଙ୍କୁ ରିପ୍ଲେସ୍ କରିଛନ୍ତି ନୋରା ଫତେହି।

କୁହାଯାଉଛି, ପରିଣୀତି ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବାରୁ ସେ ଏହି ଫିଲ୍ମକୁ ସମୟ ଦେଇପାରିବେ ନାହିଁ ବୋଲି କହିଥିଲେ। ଏହାପରେ ନିର୍ମାତା ଏହି ରୋଲ୍ ପାଇଁ ନୋରାଙ୍କୁ ବାଛିଛନ୍ତି। ସେ ଜାନୁଆରୀ ୧୨ ତାରିଖ ପରେ ଫିଲ୍ମର ଶୁଟିଂ ଆରମ୍ଭ କରିବେ।