Odia News Portal

ଏହି କଣ୍ଠଶିଳ୍ପୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ

ପାକିସ୍ତାନର ପପ୍- ସିଙ୍ଗର୍ ରାବି ପୀରଜାଦାଙ୍କୁ ନେଇ ପାକିସ୍ତାନରେ ପୁଣି ହଇଚଇ ସୃଷ୍ଟି ହୋଇଛି। ତାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଇଣ୍ଟନେଟ୍ରେ ଭାଇରାଲ ହୋଇଛି। ପାକିସ୍ତାନର କିଛି ଟ୍ବିଇଟର ୟୁଜର୍ସଙ୍କ ପେଜରେ ରାବିଙ୍କ ଭିଡିଓ ଦେଖିବାକୁ ମିଳିଛି।

ରାବିଙ୍କ ଅଭିଯୋଗ ପରେ ଟ୍ବିଇଟର ମଧ୍ୟ ନିଜ ୟୁଜର୍ସଙ୍କୁ ଚେତାବନୀ ଦେଇଛନ୍ତି। ଗୁରୁବାର ପୀରଜାଦାଙ୍କ ଭିଡିଓ ଭାଇରାଲ ହୋଇଥିଲା। ସେ ତା ପରଦିନ ଏଫଆଇଏ(ଯାଞ୍ଚ ଏଜେନ୍ସି)ର ସାଇବର କ୍ରାଇମ୍ ଓ୍ବିଙ୍ଗ୍ ସହ ଯୋଗାଯୋଗ କରିଥିଲେ।

ନିକଟରେ ପପ୍ କଣ୍ଠଶିଳ୍ପୀ ରାବି ଏକ ବମ୍ ଜାଜେଟ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଥିଲେ। ତାଙ୍କର ବମ୍ ପିନ୍ଧା ଜ୍ୟାକେଟ୍ ପିନ୍ଧା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।