Odia News Portal

ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଗୃହରେ ଅନୁପସ୍ଥିତ ରହିଲେ ଏହି ସୁନ୍ଦରୀ ସାଂସଦ

ନୂଆଦିଲ୍ଲୀ()  ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ସାଂସଦ ତଥା ଅଭିନେତ୍ରୀ ନୁସରତ୍ ଜହାଁ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରୁ ଗୃହରେ ଅନୁପସ୍ଥିତ ରହିଛନ୍ତି। ସୂଚନା ଅନୁସାରେ ନିଃଶ୍ବାସ ଓ ପ୍ରଶ୍ବାସରେ ନୂସରତ୍ କଷ୍ଟ ଅନୁଭବ କରିବାରୁ ଗତ ରବିବାର ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥ କାରଣରୁ ସେ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରୁ ସଂସଦରେ ଅନୁପସ୍ଥିତ ରହିଛନ୍ତି।

୨୦୧୯ ମସିହା ଲୋକସଭା ନିର୍ବାଚନରେ ନୁସରତ ତୃଣମୂଳ କଂଗ୍ରେସ ଦଳରୁ ବସୀର୍ହାଟ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ। ସାଢ଼େ ତିନି ଲକ୍ଷରୁ ଅଧିକ ଭୋଟ୍ରେ ନୁସରତ୍ ବିଜୟ ହାସଲ କରିଥିଲେ।