Odia News Portal

‘ସୌନ୍ଦର୍ୟ୍ୟ ମୁହଁରେ ନୁହେଁ, ମନରେ ଥାଏ’: ସାଂସଦ

ନୂଆଦିଲ୍ଲୀ() ଚର୍ଚ୍ଚାରେ ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସ୍ରତ୍ ଜାହାନ ।ସୋଶାଲ ମିଡିଆରେ ନୁସ୍ରତ୍ ଫଟୋ କିମ୍ୱା ଭିଡିଓ ପୋଷ୍ଟ କରିବା ମାତ୍ରେ ହିଁ ତାହା ଭାଇରାଲ୍ ହୋଇଥାଏ। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ବନାରସୀ ଶାଢ଼ି ପିନ୍ଧି ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କର ଏହି ଲୁକ୍ ସୋଶାଲ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି।


ଫଟୋଟିକୁ ଶେଆର୍ କରି ନୁସ୍ରତ୍ ଲେଖିଛନ୍ତି, ‘ସୌନ୍ଦର୍ୟ୍ୟ ମୁଖରେ ନୁହେଁ, ମନରେ ହିଁ ରହିଥାଏ।’ ତାଙ୍କର ଏହି କଥାକୁ ସୋଶାଲ୍ ମିଡିଆ ୟୁଜର ବେଶ୍ ପସନ୍ଦ କରିଛନ୍ତି।

ନୁସ୍ରତ୍ ୨୦୧୯ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଟିକେଟ୍ରେ ନିର୍ବାଚନ ଲଢ଼ିଥିଲେ। ସେ ପଶ୍ଚିମବଙ୍ଗର ବଶୀରହାଟ୍ ସିଟ୍ରୁ ନିର୍ବାଚନ ଲଢ଼ି ୩ ଲକ୍ଷ ୫ ହଜାର ଭୋଟ୍ରେ ଜିତି ସାଂସଦ ହୋଇଛନ୍ତି।