ଅଭିନେତ୍ରୀ ନୁସରତ ଜହାଁ ରାଜନୀତି ମଇଦାନକୁ ଓହ୍ଲାଇ ସଫଳତା ହାସଲ କରିଛନ୍ତି। ଅବିବାହିତ ଅଭିନେତ୍ରୀ ନୁସରତ ଜହାଁ ସାଂସଦ ହୋଇଛନ୍ତି । ଟିଏମସି ଟିକେଟ୍ ଦ୍ବାରା ମଇଦାନକୁ ଆସିଥିବା ଏହି ଅଭିନେତ୍ରୀ ବେଙ୍ଗଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଫେମସ। ନୁସରତ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ପଶ୍ଚିମବଙ୍ଗରୁ ବଶିରହାଟ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି। ଅଧିକାଂଶ ସମୟ ସେ ତାଙ୍କ ଗ୍ଲାମରସ ଫଟୋ ସୋସିାଲ ମିଡିଆରେ ପୋଷ୍ଟ କରନ୍ତି। ୨୦୧୦ ମସିହାରେ ଏକ ବିୟୁଟି କଣଟେଷ୍ଟ ଫେୟର-ୱନ ମିସ କୋଲକାତା ଜିତିଥିଲେ। ଏହା ପରେ ସେ ମଡେଲିଂ କରିବା ଆରମ୍ଭ କରିଥିଲେ।
ସୋସିଆଲ ମିଡିଆରେ ଫଟୋ ସେୟାର କରି ନୁସରତ ଏକ ଘୋଷଣା କରିଥିଲେ। ତାଙ୍କ ବିଷୟରେ ଏକ ନୂଆ ଖବରସାମ୍ନାକୁ ଆସିଛି । ନୁସରତ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିବାକୁ ଯାଉଛନ୍ତି ଏହି ସୁନ୍ଦରୀ ସାଂସଦ ।