Odia News Portal

ଦୁର୍ଗା ବେଶରେ ସାଂସଦ, ମିଳିଲା ହତ୍ୟା ଧମକ

ଟିଏମ୍‌ସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ୍‌ ଜାହାଁ ନିଜକୁ ଦେବୀ ଦୁର୍ଗାଙ୍କ ବେଶରେ ସଜେଇ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏଥିନିମନ୍ତେ କିନ୍ତୁ ତାଙ୍କୁ ଅନେକ ଧମକ ମିଳିଛି । ଜଣେ ମୁସଲମାନ ମହିଳା ହୋଇ ସେ ହିନ୍ଦୁ ଦେବୀଙ୍କୁ ଅସମ୍ମାନ କରୁଥିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଜଣେ ଯୁବକ ତାଙ୍କୁ ଖୋଲାଖୋଲି ହତ୍ୟା ଧମକ ଦେଇଛନ୍ତି ।

ନୁସରତ୍‌ ଏନେଇ ଲିଖିତ ଅଭିଯୋଗ ରୁଜୁ କରିଛନ୍ତି । ବର୍ତ୍ତମାନ ଲଣ୍ଡନରେ ଥିବା ନୁସ୍‌ରତ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ପଶ୍ଚିମବଙ୍ଗ ସରକାରଙ୍କଠାରୁ ସୁରକ୍ଷା ମାଗିଛନ୍ତି । ବିଦେଶ ମନ୍ତ୍ରଣାଳୟ ଏନେଇ ଲଣ୍ଡନରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ନୁସରତଙ୍କୁ ଅନେକ ଧମକ ମିଳିଛି । ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିବା ପରେ ମଧ୍ୟ ନୁସରତ କାହିଁକି ନିଜ ନାମ ପରିବର୍ତ୍ତନ କରି ନାହାଁନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି ।