Odia News Portal

ଓଡିଆ ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ

କିଛି ଦନ ତଳେ ଓଡିଆ  ଆଲବମ୍ ନାୟିକା ସିମରନଙ୍କ ମୃତ୍ୟୁ ଲୋକଙ୍କୁ ମନରୁ ନ ଲିଭୁଣୁ ଆଜି ଆଉ ଜଣେ ଚର୍ଚ୍ଚିତ ନାୟିକାଙ୍କ ମୃତ୍ୟୁ ଖବର ଆସିଛି । ଓଡିଆ ଅଭିନେତ୍ରୀ ନିକିତାଙ୍କ ସନ୍ଦେହ ଜନକ ମୃତ୍ୟୁ ଏବେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକିତା ଅନେକ ଓଡିଶା ଧାରାବାହୀକରେ  ଅଭିନୟ କରିଆସିଛନ୍ତି । ପ୍ରାଥମିକ ଖବରରୁ ଯାହା ଜଣା ପଡିଛି କି, ନିକିତାଙ୍କ ମୃତ୍ୟୁ କଟକ ସ୍ଥିତ ଏକ ଘରୋଇ ମେଡିକାଲରେ ଘଟିଛି । ସେ ନିଜ ଘରୁ ତଳେ ଖସି ପଡିଯିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ନିକିତାଙ୍କ ମୁଣ୍ଡର ପଛ ପଟେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି ।