Odia News Portal

କ୍ୟାନ୍ସର ରୋଗରେ ଆକ୍ରାନ୍ତ ଏହି ଓଡିଆ ଅଭିନେତ୍ରୀ

ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କୁ କ୍ୟାନସର ହୋଇଛି। ସେ ତାଙ୍କ ଫେସବୁକ ପେଜରେ ଏହି ବିଷୟରେ ସୂଚନା ଦେଇଛନ୍ତି। ନିଜର ଫେସବୁକ ପେଜରେ ଦୁଇଟି ଫଟୋ ଶେୟାର କରି ସେ ଲେଖିଛନ୍ତି- “ମୁଁ ବ୍ରେନ୍ (ମସ୍ତିଷ୍କ) ଓ ଲଙ୍ଗ୍ (ଫୁସ୍ଫୁସ୍) କ୍ୟାନସର ସହିତ ଲଢ଼େଇ କରୁଛି। ମୁଁ ନିଶ୍ଚିତ ଯେ ଏ ଲଢ଼େଇରେ ମୁଁ ଜିତିବି।”

ଏହି ଖବର ପାଇବା ପରେ ତାଙ୍କର ଫେସ୍ବୁକ୍ ଫ୍ରେଣ୍ଡ୍ ମାନେ କ୍ୟାନସର ଭଳି ମାରାତ୍ମକ ରୋଗ ସହିତ ଲଢ଼ିବା ପାଇଁ ତାଙ୍କ ସାହସ ବଢ଼ାଇଛନ୍ତି। ସେ ଶୀଘ୍ର ଭଲ ହୋଇଯିବେ ବୋଲି ତାଙ୍କ ଫ୍ୟାନ୍ ମାନେ କହିଛନ୍ତି।