ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ କାଶ୍ମୀରର ବିଭାଜନ ପରେ ଭାରତ-ପାକ୍ ସମ୍ପର୍କ ଅଧିକ ଖରାପ ହେବାରେ ଲାଗିଛି । ଏପରିକି ଭାରତ ସହିତ ପାକିସ୍ତାନ ରାଜନୈତିକ, କୂଟନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଛି ।
ଆସନ୍ତାକାଲି ପାକିସ୍ତାନର ବ୍ୟାଟ୍ସ ମ୍ୟାନ ହସନ ଅଲ୍ଲୀ ଭାରତର ଜଣେ ଝିଅଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।ହରିଆଣା ନୁଁହର ବାସିନ୍ଦା ସାମିୟା ଆରଜୁଙ୍କୁ ବିବାହ କରିବେ ପାକ୍ କ୍ରିକେଟର। ଉଭୟଙ୍କ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି।ପାକିସ୍ତାନର ପଞ୍ଜାବ ପ୍ରଦେଶ ବାସିନ୍ଦା ହସନ ଓ ଭାରତର ହରିଆଣା ବାସିନ୍ଦା ଦୁବାଇର ଏଟଲାଣ୍ଟିସ ପାମ ଜୁବେରା ପାର୍କ ହୋଟେଲରେ ଅଗଷ୍ଟ ୨୦ ତାରିଖରେ ନିକାହ କରିବେ।
ହସନଙ୍କ ପରିବାରରୁ ୨୦ଜଣ ଲୋକ ଏହି ବିବାହରେ ସାମିଲ ହେବେ। ସାମିୟାଙ୍କ ବାପା ପୂର୍ବତନ ବିଡିପିଓ ଲିୟାକତ ଅଲ୍ଲୀଙ୍କ କହିବା ଅନୁସାରେ ଝିଅର ବିବାହ କେବେ ନା କେବେ ହେବ। ତେବେ ଭାରତରେ ହେଉ ବା ପାକିସ୍ତାନରେ ସେଥିରୁ କିଛି ଫରକ ପଡେ ନାହିଁ।ଏହା ସହ ସେ କହିଥିଲେ ଯେ, ଭାରତ ଓ ପାକ ବିଭାଜନ ସମୟରେ ତାଙ୍କର ଅନେକ ସମ୍ପର୍କୀୟ ପାକିସ୍ତାନ ଚାଲିଯାଇଥିଲେ।ସେମାନଙ୍କ ସହ ସେ ଆଜି ମଧ୍ୟ ସମ୍ପର୍କରେ ଅଛନ୍ତି।
ସାମିୟାଙ୍କ ବାପା କହିଥିଲେ ଯେ, ପାକିସ୍ତାନର ପୂର୍ବତନ ସାଂସଦ ଓ ପାକିସ୍ତାନ ରେଲୱେ ବୋର୍ଡର ଚେୟାରମ୍ୟାନ ତାଙ୍କ ଜେଜେଙ୍କର ନିଜ ଭାଇ ଥିଲେ।ବିଭାଜନ ପରେ ତାଙ୍କ ଜେଜେ ଭାରତରେ ରହିଗଲେ ଓ ତାଙ୍କ ଭାଇ ପାକିସ୍ତାନ ଚାଲିଯାଇଥିଲେ। ଦୁବାଇରେ ବିବାହ ହେବା ପରେ ରିସେପଶନ୍ ପାକିସ୍ତାନରେ ହେବ।ରିସେପଶନ୍ରେ ଝିଅ ପରିବାର ତରଫରୁ ଅନେକ ପାକିସ୍ତାନ ଯିବେ।
