Odia News Portal

ରାନୁ ମଣ୍ଡଳଙ୍କ ଭିଡିଓ କରି ଅଡୁଆରେ ପପୁ, ଦେଖନ୍ତୁ ଭିଡିଓରେ କଣ କରିଛନ୍ତି …

https://youtu.be/4iHy8tNzgQo

ଭୁବନେଶ୍ୱର () ପପୁ ପମ୍‌ପମ୍‌ଙ୍କର ବିବାଦ ପିଛା ଛାଡୁନାହିଁ । ଏବେ ନିଜର ପୋଷ୍ଟର ପାଇଁ ବିବାଦରେ ଛନ୍ଦି ହୋଇଯାଇଥିବା ପପୁ ପମ୍‌ ପମ୍‌ ପୁଣି ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଏବେ ସାରା ଦେଶରେ ନିଜର ସୁନ୍ଦର କଣ୍ଠ ପାଇଁ ପ୍ରସିଦ୍ଧି ଲାଭ କରିଥିବା ରାନୁ ମଣ୍ଡଳଙ୍କୁ ନକଲ କରି ଗୀତ ଗାଇବା ପାଇଁ ତାଙ୍କୁ ଅନେକ ସମାଲୋଚନା କରିଛନ୍ତି । ସାମାଜିକ ଗଣମାଧ୍ୟମରେ ମଧ୍ୟ ପପୁଙ୍କୁ ଟ୍ରୋଲ କରାଯାଇଛି ।

ଗତ କିଛିଦିନ ତଳେ ସିନେମା ପୋଷ୍ଟରେ ମହିଳାଙ୍କ ଅସମ୍ମାନ କରିବା ଅଭିଯୋଗରେ ପପୁଙ୍କ ନାମରେ ଥାନାରେ ଅଭିଯୋଗ ଦାୟର କରାଯାଇଥିଲା , ଦୁତୀ ଚାନ୍ଦଙ୍କ ବିରୋଧରେ ମନ୍ତବ୍ୟ ଦେବା ପ୍ରସଙ୍ଗରେ ମଧ୍ୟ ତାଙ୍କୁ ସମାଲୋଚନା କରାଯାଇଥିଲା ଏବେ ରାନୁ ମଣ୍ଡଳଙ୍କୁ ନକଲ କରିବା ପ୍ରସଙ୍ଗରେ ତାଙ୍କୁ ଅନେକ ସମାଲୋଚନା କରିଛନ୍ତି । ଜଣେ କଳାକାର ହୋଇ ଆଉଜଣେ କଳାକାରଙ୍କୁ ପରିହାସ କରିବା ଠିକ୍‌ ନୁହେଁ ବୋଲି ଅନେକ ଉଲ୍ଲେଖ କରିଛନ୍ତି ।

ପପୁଙ୍କର ଭାଇରାଲ୍‌ ହୋଇଥିବା ଭିଡିଓରେ ସେ ଏକ ଶାଢୀ ପିନ୍ଧି ରାନୁଙ୍କ ଲୋକପ୍ରିତ ଗୀତ ତେରି ମେରି …… ଗୀତକୁ ଗାଉଥିବା ଶୁଣିବାକୁ ମିଳିଛି । ଏଥିରେ ଆଉଜଣେ କଳାକାର ହିମେଶ ରେଶମେୟାଙ୍କୁ ଅନୁକରଣ କରିଛନ୍ତି ।