Odia News Portal

ଅଭିନେତା ପରେଶ୍ଙ୍କ ଜବାବରେ ପାକିସ୍ତାନୀ କଳାକାର ଅଲ୍ଲୀଙ୍କ ମୁହଁ ବନ୍ଦ

ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିବା ପରେ ଏହା ସାରା ଦେଶବାସୀଙ୍କୁ ଶୋକରେ ବୁଡ଼ାଇ ଦେଇଥିବା ବେଳେ ପରେଶ ରାଓ୍ଵଲ ଏହାକୁ କଡ଼ା ବିରୋଧ କରିଥିଲେ । ପୁଲଓ୍ଵାମା ଆକ୍ରମଣ ପରେ ସେ ପାକିସ୍ତାନଙ୍କୁ ଉଚିତ୍ ଜବାବ ଦିଆଯିବା ଦରକାର ବୋଲି ଦାବି କରି ଆସୁଥିବା ବେଳେ ଏବେ ବଲିଉଡ୍ ଅଭିନେତା ତଥା ପାକିସ୍ତାନୀ କଳାକାର ଅଲ୍ଲୀ ଜଫରଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।

ସୂଚନା ମୁତାବକ, ଫେବୃଆରି ୧୪ରେ ପୁଲଓ୍ଵାମା ଆକ୍ରମଣ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ନିଜର ପ୍ରତିକ୍ରିୟା ରଖିଥିଲେ । ଏହାକୁ ଶୁଣି ଅଭିନେତା ଅଲ୍ଲୀ ଜଫର ନିଜ ଟୁଇଟର ଆକାଉଣ୍ଟରେ ଇମ୍ରାନ୍ ଖାନ୍ଙ୍କୁ ଟ୍ୟାଗ୍ କରିବା ସହ ‘ହ୍ଵାଟ୍ ଏ ସ୍ପିଚ୍’ ବୋଲି ଲେଖିଥିଲେ। ଏବେ ଅଲ୍ଲୀଙ୍କ ସେହି ଟ୍ୱିଟ୍ ଜବାବ ରଖି ଅଭିନେତା ପରେଶ ରାଓ୍ଵାଲ ‘ନାଓ ସ୍ପିଚ୍ଲେସ୍’ ବୋଲି ଲେଖିଛନ୍ତି । କେବଳ ଅଲ୍ଲୀ ନୁହନ୍ତି, ଭାରତୀୟ ବାୟୁସେନାର କଡ଼ା ଜବାବ ପରେ ପାକିସ୍ତାନକୁ ସମର୍ଥନ କରୁଥିବା ସବୁ ଲୋକଙ୍କ ମୁହଁ ବନ୍ଦ ହୋଇ ଯାଇଥିବା ଦେଖା ଯାଇଛି ।