Odia News Portal

ଏହି ଅଭିନେତ୍ରୀ କହିଲେ ୟେସ୍ ବ୍ୟାଙ୍କରେ ଫସିଛିି କୋଟି କୋଟି ଟଙ୍କା

ମୁମ୍ବାଇ() ଆରବିଆଇ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଣ ପରିମାଣ ଉପରେ ଅଙ୍କୁଶ ଘୋଷଣା କରିବା ପରେ ଲକ୍ଷ ଲକ୍ଷ ଗ୍ରାହକ ଚିନ୍ତାରେ ପଡ଼ିଯାଇଛନ୍ତି। ଏଥିରେ ଫିଲ୍ମ ଏବଂ ଟିଭି ଅଭିନେତ୍ରୀ ପାୟଲ ରୋହତଗୀଙ୍କ ବାପା ଶଶାଙ୍କ ରୋହତଗୀଙ୍କ ନାଁ ମଧ୍ୟ ସାମିଲ ରହିଛି।

ଏହାକୁ ନେଇ ଟ୍ୱିଇଟର ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ପାୟଲ ରୋହତଗୀ । ଟ୍ବିଟରେ ଲେଖିଥିଲେ ଯେ ,‘ରାମ ରାମ ଜୀ, ୟେସ୍ ବ୍ୟାଙ୍କ ଉପରେ କରାଯାଇଥିବା କାର୍ୟ୍ୟାନୁଷ୍ଠାନ ଦ୍ବାରା ଲାଗୁନାହିଁ ଯେ ଦେଶର ଅର୍ଥ ବ୍ୟବସ୍ଥା ଠିକ୍ ଅଛି। ଏହା ଦ୍ବାରା ତାଙ୍କ ବାପାଙ୍କ ଟଙ୍କା ମଧ୍ୟ ଫସି ରହିଛି।’
ପାୟଲ ରୋହତଗୀଙ୍କ ଏହି ଟ୍ବିଟ୍ ପରେ ଟ୍ରୋଲର୍ସ ମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ। ଏହା ପରେ ତୁରନ୍ତ ପାୟଲ୍ ଏହାକୁ ଡିଲିଟ୍ କରିଦେଇଥିଲେ।

ବାପା ୧୧ବର୍ଷ ତଳେ ଗୁଡ଼ଗାଁଓରେ ୟେସ୍ ବ୍ୟାଙ୍କରେ ନିଜର ଆକାଉଣ୍ଟ ଖୋଲିଥିଲେ ଏବଂ ୭ବର୍ଷ ତଳେ ଏହାକୁ ଅହମଦାବାଦର ସେହି ବ୍ୟାଙ୍କର ବ୍ରାଞ୍ଚରେ ଟ୍ରାନ୍ସଫର କରାଇଥିଲେ। ଅବସର ପରେ ଅହଦାବାଦରେ ରହୁଥିବା ଶଶାଙ୍କ ରୋହତଗୀ କିଛି ବର୍ଷ ହେଲା କ୍ୟାନସର ଏବଂ ଗମ୍ଭୀର ରୋଗଗ୍ରସ୍ତ ଅଛନ୍ତି। ପାୟଲ କହିଛନ୍ତି ଯେ ଏହି ଖବର ତାଙ୍କ ବାପାଙ୍କ ମନରେ ଦୁଃଖ ଆଣିଛି। କାରଣ ଶଶାଙ୍କ ଏବେ ରୋଗର ଚିକିତ୍ସା କରୁଛନ୍ତି ଏବଂ ଏବେ ତାଙ୍କୁ ଟଙ୍କା ଉଠାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।