Odia News Portal

ଏହି ଦେଶୀ ଅଭିନେତ୍ରୀ ନିଜ ବିଦେଶୀ ସ୍ୱାମୀଙ୍କ କଲେ ନାମକରଣ

ମୁମ୍ବାଇ() ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ବିଦେଶୀ ସ୍ୱାମୀ ନିକ୍ ଜୋନାସ୍ଙ୍କୁ ଦେଶୀ ନାଁ ଦେଇଛନ୍ତି । ଇନ୍ଷ୍ଟାଗ୍ରାମ୍ ପୋଷ୍ଟରୁ ଏ କଥା ସାମ୍ନାକୁ ଆସିଛି। ତା’ହେଲେ ଦେଶୀ ଗର୍ଲଙ୍କର ବିଦେଶୀ ସ୍ୱାମୀଙ୍କର ସେହି ଦେଶୀ ନାଁଟି କ’ଣ? ପ୍ରିୟଙ୍କା ତାଙ୍କୁ ‘ବାବୁ’ ବୋଲି ଡାକୁଛନ୍ତି ।

ଆପଣମାନେ ତ ଜାଣିଥିବେ ପ୍ରିୟଙ୍କା ଓ ନିକ୍ ଜୋନସ୍ଙ୍କ ବାହାଘରକୁ ବର୍ଷେ ପୂରିବାକୁ ବସିଲାଣି। ଏଥିପାଇଁ ଆନିଭର୍ସରି ପୂର୍ବରୁ ପ୍ରିୟଙ୍କା ନିଜ ସ୍ୱାମୀଙ୍କୁ ଏକ କ୍ୟୁଟ୍ ଉପହାର ଦେଇଛନ୍ତି। ସେ ନିକ୍ଙ୍କୁ ‘ଗିନୋ’ ନାମକ ଏକ ଜର୍ମନ ଶେଫର୍ଡ଼ କୁକୁର ଉପହାରରେ ଦେଇଛନ୍ତି।

ଏ ଗିଫ୍ଟ ବିଷୟରେ ନିକ୍ ନିଜ ଇନ୍ଷ୍ଟାଗ୍ରମ୍ରେ ଫଟୋ ଓ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ଆଉ ଏହି ପୋଷ୍ଟରେ ପ୍ରିୟଙ୍କା କମେଣ୍ଟ ଦେଇ ଲେଖିଛନ୍ତି, ‘ହାପି ଅଲ୍ମୋଷ୍ଟ ଆନିଭର୍ସରି ବାବୁ। ତୁମର ଚେହେରା ବହୁତ ମଜାଦାର୍ ଲାଗୁଛି ବାବୁ।’ ଏହି କମେଣ୍ଟରୁ ଜଣାପଡ଼ୁଛି ଯେ ପ୍ରିୟଙ୍କା ତାଙ୍କ ସ୍ୱାମୀଙ୍କର ଏହି ଦେଶୀ ନାଁ ରଖିଛନ୍ତି ।