Odia News Portal

ଆଉ ଥରେ ବାହା ହେବେ ପ୍ରଭୁଦେବା

ମୁମ୍ବାଇ() ଲୋକପ୍ରିୟ ଅଭିନେତା ତଥା କୋରିଓଗ୍ରାଫର, ନିର୍ଦ୍ଦେଶକ ପ୍ରଭୁଦେବା ଆଜିକାଲି ବେଶ୍ ଚର୍ଚ୍ଚାରେ ରହିଛନ୍ତି । ସେ ଏବେ ରିଲେସନସିପ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ । ପୁଣି ଥରେ ତାଙ୍କୁ ପ୍ରେମ ହୋଇଯାଇଛି । ଏବଂ ସେ ବହୁତ ଶୀଘ୍ର ଦ୍ବିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି । ଦୀର୍ଘ ୯ବର୍ଷ ହେବ ପତ୍ନୀଙ୍କଠାରୁ ଛାଡପତ୍ର ନେଇଥିବା ପ୍ରଭୁ ଏବେ ତାଙ୍କ ଭାଣିଜୀଙ୍କ ସହ ରିଲେସନ୍‌ସିପ୍‌ରେ ଥିବା ଶୁଣିବାକୁ ମିଳୁଛି। ଖୁବ୍‌ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।  ଏନେଇ ପ୍ରଭୁଦେବାଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ଦକ୍ଷିଣ ଭାରତୀୟ ଫିଲ୍ମ ହେଉ ଅଥବା ବଲିଉଡ୍‌ ସେ ସବୁଠୁ ଜଣେ ଟପ୍‌ କୋରିଓଗ୍ରାଫର୍‌ ତଥା ନିର୍ଦ୍ଦେଶକ ରୂପେ ଉଭା ହୋଇଛନ୍ତି । ତାଙ୍କ ଡ୍ୟାନ୍ସକୁ ନେଇ ସେ ଯେତିକି ଚର୍ଚ୍ଚାରେ ଥା’ନ୍ତି, ତା’ଠୁ ଅଧିକ ତାଙ୍କ ରିଲେସନ୍‌ସିପ୍‌କୁ ନେଇ ଚର୍ଚ୍ଚିତ ରହିଥାନ୍ତି ।

ତେବେ ୨୦୧୧ରେ ପତ୍ନୀ ହେମଲତାଙ୍କଠାରୁ ପ୍ରଭୁ ଛାଡପତ୍ର ନେଇଥିଲେ। ହେମଲତା ଏବଂ ପ୍ରଭୁଙ୍କର ୩ଟି ସନ୍ତାନ ଥିଲେ। ୨୦୦୮ରେ ବଡପୁଅ କ୍ୟାନସର୍‌ରେ ମୃତ୍ୟୁ ବରଣ କରିବା ପରେ ଏବେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି।