Odia News Portal

ମହାରଥୀଙ୍କ ଝିଅଙ୍କୁ ବାହା ହେବେ ଏହି ଅଭିନେତା

ଭୁବନେଶ୍ୱର() ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କୁ ବାହା ହେବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ। ସେମାନଙ୍କ ନିର୍ବନ୍ଧ ବି ସରିଯାଇଛି। ଗତ ବୁଧବାର ଉଭୟ ପରିବାରର ଉପସ୍ଥିତିରେ ନିର୍ବନ୍ଧ କାର୍ୟ୍ୟ ସମ୍ପନ୍ନ ହୋଇଛି। ଆଉ ସୋଶାଲ୍ ମିଡିଆରେ ସେମାନଙ୍କ ଏନ୍ଗେଜ୍ମେଣ୍ଟର ଫଟୋ ଭାଇରାଲ୍ ହେଉଛି।

ବିବାହ ତାରିଖ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଫେବ୍ରୁଆରୀ ୧୪ ତାରିଖରେ ଭାଲେଣ୍ଟାଇନ୍ସ ଡେ’ରେ ସେମାନେ ବିବାହ କରିପାରନ୍ତି ବୋଲି କୁହାଯାଉଛି।

ଅର୍ଦ୍ଧେନ୍ଦୁଙ୍କ ଭାବି ପତ୍ନୀ ପଲ୍ଲବୀ ପେସାରେ ଜଣେ ଡାକ୍ତର। ସେ ଜଣେ ଶିଶୁ ରୋଗ ବିଶେଷଜ୍ଞ। ସେପଟେ ‘ବ୍ଲାକ୍ମେଲ୍’ ଓ ‘ଟପୋରୀ’ ଫିଲ୍ମରେ ଅର୍ଦ୍ଧେନ୍ଦୁଙ୍କୁ ଦର୍ଶକେ ଲିଡ୍ ରୋଲ୍ରେ ଦେଖିଥିଲେ।