Odia News Portal

ନିଜ ସ୍ୱାମୀଙ୍କ ବୟସ ଜାଣି ନାହାନ୍ତି ପି୍ରୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକ୍ଙ୍କ ସହ ବିବାହ ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା । କିନ୍ତୁ ଏବେ ସେ ନିକ୍ଙ୍କ ବୟସ ଭୁଲ କହି ଚର୍ଚ୍ଚାରେ ରହିଛନ୍ତି, ଯାହା ପାଇଁ ଲୋକେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗି ପଡ଼ିଛନ୍ତି ।

କିଛି ଦିନ ତଳେ ନିକ୍ ‘ଭିଲା ଓ୍ଵାନ୍ ଟକିଲା’ ଲଞ୍ଚ କରିଥିଲେ । ଏହାର ଫଟୋ ନିଜ ଇନ୍ଷ୍ଟା ଆକାଉଣ୍ଟରେ ସେୟାର କରିଥିଲେ ପ୍ରିୟଙ୍କା । ଫଟୋ ସେୟାର କରି ପ୍ରିୟଙ୍କା ଲେଖିଥିଲେ, “ଗର୍ବର କଥା କି ୨୭ବର୍ଷ ବୟସରେ ତୁମ ପାଖରେ ନିଜର ଟକିଲା ରହିଛି।”

ତେବେ ଆପଣଙ୍କୁ କହିରଖୁଛୁ କି ପି୍ରୟଙ୍କାଙ୍କ ସ୍ୱାମି ନିକଙ୍କ ବୟସ ୨୬ ବର୍ଷ ।