ମୁମ୍ବାଇ() ଚର୍ଚ୍ଚାରେ ବିଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏବେ କିଛି ଦିନ ହେବ ପ୍ରିୟଙ୍କା ଭାରତରେ ଅଛନ୍ତି । ବିବାହ ପରେ ପ୍ରିୟଙ୍କା ନିଜ ସ୍ବାମୀ ନିକ୍ ଜୋନାସ୍ଙ୍କ ସହ ଆମେରିକାରେ ରହୁଛନ୍ତି ।

ଆଗାମୀ ଦିନରେ ପି୍ରୟଙ୍କା ଦୁଇଟି ଫିଲ୍ମର ଶୁଟିଂ କରିବାକୁ ଯାଉଛନ୍ତି। ଗୋଟିଏ ମା ଆନନ୍ଦ ଶିଲାଙ୍କ ଉପରେ ଆଧାରିତ ଥିବାବେଳେ ଅନ୍ୟଟି ତାଙ୍କ ବିବାହକୁ ନେଇ ନିର୍ମାଣ କରାଯିବ ବୋଲି ପ୍ରିୟଙ୍କା କହିଛନ୍ତି। ଏହାର କାହାଣୀ ଏବେ ଲେଖା ଚାଲିଛି ଏହି ଦୁଇଟି ଫିଲ୍ମ ଇଂରାଜୀ ଭାଷାରେ ନିର୍ମାଣ କରାଯିବ। ଫିଲ୍ମର ଅଧାଭାଗ ଶୁଟିଂ ଦିଲ୍ଲୀରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
