ପ୍ରିୟଙ୍କା ଚୋପ୍ରା-ନିକ୍ ଜୋନସଙ୍କ ବିବାହକୁ ନେଇ ଚର୍ଚ୍ଚା। ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟଙ୍କ ବିବାହର ତାରିଖ ଡିସେମ୍ବର ୨ ବୋଲି କୁହାଯାଉଛି। ଦୁହେଁ ରାଜସ୍ତାନର ଜୋଧପୁରର ଉମୈଦ ଭବନରେ ବିବାହ କରିବେ । ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିୟାନ୍ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହେବେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟଙ୍କା ନିଜ ବିବାହ ଦିନ ଉଦୟୁପର ଯିବେ। ଯେଉଁଠି ସେ ହେଲିକପ୍ଟରରେ ଉମୈଦଭବନରେ ଅବତରଣ କରିବେ।
ତେଣୁ ସେଠାରେ ଏକ ହ୍ୟାଲିପ୍ୟାଡ ତିଆରି କରାଯିବାର ଯୋଜନା ରହିଛି। ତେଣୁ ଏଥିପାଇଁ ୨୯ ନଭେମ୍ବରରୁ ୩ ଡିସେମ୍ବର ପର୍ୟ୍ୟନ୍ତ ଏକ ହେଲିକପ୍ଟର ବୁକ୍ କରାଯିବ। ଏହି ହେଲିକପ୍ଟର ୨୯ ତାରିଖରେ ଉମୈଦ ପେଲେସ୍ରେ ଅବତରଣ କରିବ। ତେବେ ଡିସେମ୍ବର ୩ରେ ଏହି ହେଲିକପ୍ଟର ଉଦୟପୁରକୁ ଫେରିବ। ପ୍ରିୟଙ୍କାଙ୍କ ସହ ନିକ୍ ବି ଏକାଠି ରହିବେ। ଏଠାରେ ସୂଚନାଯୋଗ୍ୟ ଯେ, ଗୁରୁବାର ନିକ୍ ଦିଲ୍ଲୀରେ ପହଞ୍ଚିଥିଲେ। ବିବାହ ପ୍ରସ୍ତୁତି ନେଇ ସେ ଭାରତକୁ ଆସିଛନ୍ତି। ସେହିପରି ବିବାହ ପରେ ଦୁଇଟି ରିସେପ୍ସନ ହେବ। ପ୍ରଥମ ରିସେପ୍ସନ ପାର୍ଟି ଫିଲ୍ମ ଇଣ୍ଡଷ୍ଟ୍ରିର ବନ୍ଧୁଙ୍କ ପାଇଁ ମୁମ୍ବାଇରେ ଆୟୋଜନ ହେବ। ଅନ୍ୟଟି ଦିଲ୍ଲୀରେ ହେବ।
Sign in
Sign in
Recover your password.
A password will be e-mailed to you.
