ପୁରୀ : ପୁରୀର ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ଷ୍ଟାଡ଼ିୟମ ପରିସରରେ ଦୁଇଦିନିଆ ଇଣ୍ଡୋ-ଜାପାନ ସାଂସ୍କୃତିକ ମହୋତ୍ସବ ରାଜସ୍ବମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଦ୍ବାରା ଉଦଘାଟିତ ହୋଇଛି। ମହୋତ୍ସବରେ ଜାପାନର ୫୦ ଜଣ ପ୍ରସିଦ୍ଧ କଳାକାର ଯୋଗଦେଇ ଜାପାନର ଜାତୀୟ ସଂଗୀତ ସହ ନୃତ୍ୟ, ଗୀତ ଏବଂ ସେମାନଙ୍କ କଳାନୈପୁଣ୍ୟତା ପ୍ରଦର୍ଶନ କରିଥିଲେ। ତେବେ ମୁଖ୍ୟ ଆକର୍ଷଣ ଥିଲେ ସମୀରେଂଶୁ ମହାନ୍ତି ଓରଫ ବିଗ୍ ଡ଼ିଲ୍।
ମୁଁ ଓଡ଼ିଆ, ବୋଉ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୟାଗ ଲାଇନ ‘‘ ଆପଣ ଖୁସି ତ ’’ ଶବ୍ଦକୁ ନେଇ ରାମ୍ପ ଗୀତ ପ୍ରଦର୍ଶନ। ସେହିଭଳି ଜାପନ କଣ୍ଠଶିଳ୍ପୀଙ୍କ ଲୈଲା ହିଁ ମେ ଲୈଲା ଗୀତ ଦର୍ଶକଙ୍କୁ ବେଶ ଆମୋଦିତ କରିଥିଲା । ଜାପାନ ଓ ଭାରତ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ସହ ଭାଷା, ସାହିତ୍ୟ, ସଂସ୍କୃତି ଓ ଭାଇଚାରାକୁ ଏଭଳି ମହୋତ୍ସବ ସମୃଦ୍ଧ କରିବ ବୋଲି ରାଜଶ୍ବମନ୍ତ୍ରୀ ମହେଶ୍ବର ମହାନ୍ତି କହିଥିଲେ। ପେଣ୍ଠକଟା ମତ୍ସ୍ୟଜୀବି ବସ୍ତି ସମେତ ସ୍ଥାନୀୟ ବାସିନ୍ଦା ଏଭଳି ସାଂସ୍କୃତିକ ମହୋତ୍ସବକୁ ମନଭରି ଉପଭୋଗ କରିଥିଲେ। ଉଦଘାଟନୀ ଉତ୍ସବରେ ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ ସେଣ୍ଟରର ମୁଖ୍ୟ କୁନା ଦାଶ, ମତ୍ସ୍ୟଜୀବି ନେତା କେ. ପ୍ରସାଦ ରାଓ, କେ. ତାତା ରାଓ ପ୍ରମୁଖ ଯୋଗ ଦେଇଥିଲେ।
