ଚେନ୍ନାଇ() ରାଜନୀତିରେ ସୁପରଷ୍ଟାର ରଜନୀକାନ୍ତ । ସେ ଏକ ଦଳ ଗଠନ କରିବେ ଯେଉଁଥିରେ ସରକାର ଓ ଦଳ ପୃଥକ ଭାବେ କାର୍ୟ୍ୟ କରିବେ ବୋଲି କହିଛନ୍ତି। ଅର୍ଥାତ ସେ ଦଳର ମୁଖ୍ୟ ରହିବେ କିନ୍ତୁ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଯେଉଁ ନେତା ଦଳର ସଭାପତି ହେବ ସେ ମୁଖ୍ୟମନ୍ତ୍ରୀ ହେହ ନାହିଁ ବୋଲି ସୁପରଷ୍ଟାର ରଜନୀ କହିଛନ୍ତି।
ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ରଜନୀକାନ୍ତ କହିଛନ୍ତି ଯେ, ସେ କେବେବି ମୁଖ୍ୟମନ୍ତ୍ରୀ ହେବା କଥା ଚିନ୍ତା କରିନାହାଁନ୍ତି। ସେ ରାଜନୀତିରେ ପରିବର୍ତ୍ତନ ଆଣିବାକୁ ଚାହାଁନ୍ତି। ରାଜନୀତିରେ କେବଳ ୨ଜଣ ଭଲ ଲୋକ ଥିଲେ। ଜଣେ ହେଉଛନ୍ତି ଜୟଲଳିତା ଆଉ ଜଣେ ହେଉଛନ୍ତି କଲାଇଗନର। ଲୋକମାନେ ସେମାନଙ୍କୁ ଭୋଟ ଦେଇଥିଲେ। ଏବେ ଏକ ନୂଆ ଆନ୍ଦୋଳନର ଆବଶ୍ୟକତା ରହିଛି।
ସେ ଆହୁରି କହିଛନ୍ତି ଯେ, ଶିକ୍ଷିତ ଯୁବକମାନେ ମୁଖ୍ୟମନ୍ତ୍ରୀ ହେବା ଉଚିତ। ସେ ନିଜ ଦଳରେ ୪୫ରୁ କମ ବୟସର ଯୁବକଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିବେ।ଏହାବ୍ୟତୀତ ଦଳରେ ଅବସର ଗ୍ରହଣ କରିଥିବା ଆଇପିଏସ ଓ ଆଇଏଏସ ଅଧିକାରୀଙ୍କୁ ସାମିଲ କରାଯିବ। ସେ ନିଜେ ଅଧିକାରୀଙ୍କୁ ସମ୍ପର୍କ କରିବେ ବୋଲି କହିଛନ୍ତି।
