Odia News Portal

କୋରୋନା ଭାଇରସକୁ ଶେଷ କରିବା ପାଇଁ ଚୀନ ଗଲେ ଏହି ଅଭିନେତ୍ରୀ , ଭିଡିଓ କଲେ ସେୟାର

ମୁମ୍ବାଇ() ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାୱନ୍ତା ନିକଟରେ ରାକ୍ଷୀ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିପାଇଁ ସେ ବହୁତ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହା ଭାଇରାଲ ହେଉଛି।

https://www.instagram.com/tv/B8D_fADH4Gy/?utm_source=ig_web_copy_link

ଚୀନରେ କରୋନା ଭାଇରସ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ହେଲେ ରାକ୍ଷୀଙ୍କୁ ଏହି ଭାଇରସ୍ଠୁ ଜମା ଭୟ ନାହିଁ। ଏବେ ରାକ୍ଷୀ ଚୀନରେ ପହଞ୍ଚି କୋରୋନା ଭାଇରସକୁ ଶେଷ କରିବା ପାଇଁ ଦାବି କରିଛନ୍ତି। ରାକ୍ଷୀ ନିଜେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରାକ୍ଷୀ କହିଛନ୍ତି ଯେ, କୋରୋନା ଭାଇରସକୁ ଶେଷ କରିବା ପାଇଁ ସେ ଚୀନ ଯାଉଛନ୍ତି। ରାକ୍ଷୀଙ୍କର ଏହି ଭିଡିଓ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି।