Odia News Portal

ମହାରାଷ୍ଟ୍ର ରାଜନୀତିକୁ ନେଇ ରାକ୍ଷୀ କହିଲେ ଏମିତି କଥା, ଦେଖନ୍ତୁ ଭିଡିଓ

ମୁମ୍ବାଇ () ପୁଣ ଚର୍ଚ୍ଚାରେ ରାକ୍ଷୀ ସାଓ୍ବନ୍ତ । ଦେଶର ରାଜନୀତି ଓ ଅନ୍ୟ ଘଟଣା ସଂପର୍କରେ ରାକ୍ଷୀ ନିଜର ମତ ସୋସିଆଲ ମିଡିଆରେ ଜାହିର କରିଥାଆନ୍ତି। ଆଜି ମହାରାଷ୍ଟ୍ର ରାଜନୀତିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମହାରାଷ୍ଟ୍ରର ରାଜଭବନରେ ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍ ମୁଖ୍ୟମନ୍ତ୍ରୀ ଓ ଏନସିପିର ଅଜିତ୍ ପାଓ୍ବାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାକ୍ଷୀ ଶୁକ୍ରବାରରେ ଏହି ଭିଡିଓକୁ  ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। କିନ୍ତୁ ଶନିବାର ରାକ୍ଷୀଙ୍କ ଭିଡିଓ ଭାଇରାଲ ହେଉଛି।

https://www.instagram.com/p/B5J4EdcnxHv/

ଏହି ସମୟରେ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ରାକ୍ଷୀ କହିଛନ୍ତି ଯେ ଏନସିପି, ଶିବସେନା ଓ କଂଗ୍ରେସ ମଧ୍ୟରେ ଦ୍ବନ୍ଦ୍ବ ଚାଲିଛି। ସବୁ ଦଳ ମିଶି ସରକାର ଗଠନ ନ କଲେ ମହାରାଷ୍ଟ୍ରରେ ସରକାର ଗଠନ କରିବା ପ୍ରକ୍ରିୟା ବିଳମ୍ବ ହେବ।
ରାକ୍ଷୀ ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ ଉଦ୍ଧବ ଠାକେରଙ୍କୁ ମୁଖ୍ୟମନ୍ତ୍ରୀ କରି ଦିଅ। ଶିବସେନା ଓ ପାଓ୍ବାର ସାହେବଙ୍କ ମଧ୍ୟରେ ଲଢ଼ିବା ବନ୍ଦ କର। ଯଦି ମୋଦି ଜୀ ଆସିବେ ସବୁ ଶେଷ ହୋଇଯିବ ବୋଲି ରାକ୍ଷୀ କହିଛନ୍ତି ।