Odia News Portal

ପୁଣି ଭାଇରାଲ ହେଲା ରାକ୍ଷୀଙ୍କ ବାଥଟବ ଫଟୋ

ଲୁଚି ଛପି ମୁମ୍ବାଇର ଜେ ଡବ୍ଳୁ ମେରିୟଟ୍ ରେ ଜଣେ ଏନଆରଆଇଙ୍କୁ ବିବାହ କରିଛନ୍ତି ବିବାଦୀୟ କୁଇନ୍ ରାକ୍ଷୀ ସାୱନ୍ତ । ବ୍ରାଇଡାଲ ଫଟୋଶୁଟ୍ ପରେ ଏବେ ରାକ୍ଷୀଙ୍କର ବାଥଟବ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିନ୍ଦୁର ଲଗାଇ ମଙ୍ଗଳସୂତ୍ର ଓ ଚୁଡି ପିନ୍ଧି ବାଥ୍ଟବ୍ରେ ପୋଜ୍ ଦେଇ ନିଜର ବୋଲ୍ଡ ଫଟୋ ସେୟାର କରିଛନ୍ତି ରାକ୍ଷୀ ।

ଫଟୋରେ ରାକ୍ଷୀ ବାଥ୍ଟବ୍ରେ ମଜା ନେବାର ନଜର ଆସୁଛନ୍ତି। ଫଟୋ ସହ ସେ କ୍ୟାପସନ ଦେଇଛନ୍ତି ଯେ, “ହେଭିଂ ଫନ୍ ୱିଥ୍ ମାଇ ଲଭ୍, ଗେଟିଂ କ୍ରେଜି” ।

କ୍ୟାପସନରୁ ଜଣା ପଡୁଛି ସ୍ବାମୀଙ୍କ ସହ ବାଥଟବ୍ରେ ମଜା କରୁଛନ୍ତି।ହେଲେ ରାକ୍ଷୀଙ୍କର କୌଣସି ଫଟୋରେ ତାଙ୍କ ସ୍ବାମୀ ରିତେଶ ନଜର ଆସିନାହାନ୍ତି।ବିବାହ ବିଷୟରେ ସ୍ବୀକାର କରିବା ପରେ ଅଧିକାଂଶ ଫଟୋ ପୋଷ୍ଟ କରୁଛନ୍ତି।କିନ୍ତୁ ଡ୍ରାମା କୁଇନ୍ ଏଯାଏଁ ନିଜ ସ୍ବାମୀଙ୍କ ବିଷୟରେ ବିଷେଶ କିଛି ସୂଚନା ଦେଇନାହାନ୍ତି।ତେବେ ଏନେଇ ଯେତେବେଳେ ରାକ୍ଷୀଙ୍କୁ ପ୍ରଶ୍ନ କରାଯାଇଥିଲା, ସେ କହିଥିଲେ ଯେ, ତାଙ୍କ ସ୍ବାମୀଙ୍କୁ ମିଡିଆ ପସନ୍ଦ ନୁହଁ ସେଥିପାଇଁ ସେ ଲାଇମ୍ଲାଇଟ୍ରୁ ଦୂରରେ ରୁହନ୍ତି।