ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ୧୪-୧୫ ନଭେମ୍ବରରେ ହଟେଲୀରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ଯୋଡି ହଟେଲୀକୁ ଯିବା ପାଇଁ ବାହାରି ସାରିଲେଣି। ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଦୁହେଁ ହାତରେ ହାତ ଧରି ଯିବାର ନଜର ଆସିଥିଲେ। ଦୁହେଁ ଧଳା ରଙ୍ଗର ପୋଷାକ ପରିଧାନ କରିଥିଲେ ଏବଂ ଦୁହେଁ ବହୁତ ଖୁସି ଥିବାର ନଜର ଆସୁଥିଲେ। ରଣବୀର ସିଂହ ଏବଂ ଦୀପିକା ପାଦୁାକୋନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଦୁହିଁଙ୍କର ଫଟୋ ଏବଂ ଭିଡିଓକୁ ଇଣ୍ଟରନେଟରେ ଖୁବ ସେୟାର ଏବଂ ଲାଇକ୍ କରାଯାଉଛି। ମୁମ୍ବାଇ ଏୟାରପୋର୍ଟରେ ରଣବୀର ନିଜର ଆଲିସାନ ଗାଡି ଡ୍ରାଇଭ୍ କରି ପହଁଞ୍ଚିଥିଲେ। ସେମାନେ ଫ୍ୟନ୍ସ ମାନଙ୍କୁ ହାତ ହଲାଇ ଅଭିବାଦନ କଲେ। ଫଟୋଗ୍ରାଫର୍ସଙ୍କର ଭିଡ ଏତେ ଅଧିକ ଥିଲା ଯେ ରଣବୀରଙ୍କୁ ବାହାରିବା ପାଇଁ ନିଜର ବଡିଗାର୍ଡଙ୍କୁ ଅପେକ୍ଷା କରିବାକୁ ପଡିଥିଲା।
ବଡିଗାର୍ଡ ମାନେ ପହଁଞ୍ଚିବା ପରେ ରଣବୀର ଗାଡିରୁ ବାହାରକୁ ଆସି ଫ୍ୟନ୍ସେ ଏବଂ ଫଟୋଗ୍ରାଫର୍ସଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ପରେ ରଣବୀର ଦୀପିକାଙ୍କୁ ସାଙ୍ଗରେ ନେଇ ଏୟାରପୋର୍ଟରେ ପ୍ରବେଶ କଲେ। ରଣବୀର ଲମ୍ବା ଦାଢ଼ି ସହିତ ଚଷମା ପିନ୍ଧିଥିଲେ ଏବଂ ଦୀପିକା ବହୁତ ଡସେଣ୍ଡ ଗେଟଅପରେ ଥିଲେ।
ଚଳିତ ମାସ ୧୪ ଏବଂ ୧୫ ତାରିଖରେ ଦୁହେଁ ସବୁଦିନ ପାଇଁ ଏକାଠି ହେବାକୁ ଜାଉଛନ୍ତି। ଏହି ବିବାହ ହଟେଲୀର ଲିକ କୋମୋରେ ହେବ, ଯେଉଁଥିରେ ୩୦ ଜଣ ଅତିଥି ସାମିଲ ହେବାର ଅନୁମାନ କରାଯାଉଛି। ଏହା ପରେ ଦୁଇଟ ସ୍ଥାନରେ ରିସେପସନ ହେବାର ଯୋଜନା ରହିଛି। ରିସେପସନ ବ୍ୟାଙ୍ଗଲୋର ଏବଂ ମୁମ୍ବାଇରେ ରଖାଯାଇଥିବା କୁହାଯାଉଛି।
Sign in
Sign in
Recover your password.
A password will be e-mailed to you.