Odia News Portal

ବଲିଉଡକୁ ଏଣ୍ଟ୍ରି ମାରିଲେ ରାନୁ

ମୁମ୍ବାଇ()   ଷ୍ଟେସନ ପ୍ଲାଟଫର୍ମରେ ଗୀତ ଗାଇ ସୋସାଲ ମିଡିଆରେ ରାତାରାତ ଚର୍ଚ୍ଚାକୁ ଆସିଥିବା ରାନୁ ମଣ୍ଡଲ ବଲିଉଡକୁ ଏଣ୍ଟ୍ରିକୁ ମାରିଛନ୍ତି । ରାନୁଙ୍କ ସମ୍ପର୍କରେ ହିମେଶ ଜାଣିବା ପରେ ତାଙ୍କୁ ଭେଟିଥିଲେ। ତାଙ୍କର ଗାୟନ କଳାରେ ଅଭିଭୂତ ହୋଇ ତାଙ୍କର ଆଗାମୀ ଫିଲ୍ମ ‘ହାପି ହାର୍ଡି ହିର୍’ର ତେରି ମେରି କାହାଣୀ ଗୀତ ଗାଇବାର ସୁଯୋଗ ଦେଇଛନ୍ତି । ଏହି ଗୀତ ରେକର୍ଡିଂ ବେଳର ଭିଡିଓ ହିମେଶ ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାସହ ହିମେଶ କହିଛନ୍ତି, ସକାରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢ଼ିଲେ ସଫଳତା ନିଶ୍ଚିତ, ଯାହାର ଉଦାହରଣ ରାନୁ ମଣ୍ଡଳ। ସମସ୍ତଙ୍କ ଆଶୀର୍ବାଦ ରହିଲେ ସେ ଆହୁରି ଆଗକୁ ବଢ଼ିପାରିବେ ବୋଲି ହିମେଶ କହିଛନ୍ତି। ରାନୁଙ୍କ ଭାଇରାଲ୍ ଗୀତଟି ଦେଖିବା ପରେ ତାଙ୍କୁ ଆଗାମୀ ଫିଲ୍ମରେ ନେବା କଥା ସେ ଚିନ୍ତା କରିଥିଲେ।

ରାନୁ ଲତାଙ୍କର ‘ଏକ ପ୍ୟାର କା ନଗମା’ ଗୀତ ଗାଇ ଷ୍ଟେସନରେ କାହାର ଧ୍ୟାନ ଆକର୍ଷଣ କରିଥିଲେ। ହେଲେ ଏବେ ତା ବଦଳେ ମିଳିଛନ୍ତି ତାଙ୍କୁ ବିଚ୍ଛେଦ ହୋଇଯାଇଥିବା ଝିଅ ଓ ଗୀତର ବିଶାଳ ସଂସାର।