ମୁମ୍ବାଇ() ଗୋଟିଏ ଭାଇରାଲ୍ ଭିଡିଓରେ ଚର୍ଚ୍ଚିତ ହୋଇ ସେ ବଲିଉଡ୍ ରେ ଗୀତ ଗାଇବାକୁ ସୁଯୋଗ ପାଇଥିଲେ ରାନୁ ମଣ୍ଡଲ । ବଲିଉଡ୍ ଗାୟକ ହିମେଶ୍ ରେସମିୟା ତାଙ୍କ କଳାକୁ ଚିହ୍ନି ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ ।
ପ୍ରଶଂସା ସାଉଁଟିବା ପରେ ରାନୁ ଏବେ କିଛି ଦିନ ହେବ ଟ୍ରୋଲ୍ର ଶିକାର ହେଉଛନ୍ତି। ନିକଟରେ ଜଣେ ମହିଳା ପ୍ରଶଂସକ ତାଙ୍କୁ ସେଲ୍ଫି ମାଗିବା ନେଇ ଅପମାନିତ ହୋଇଥିଲେ। ଯେଉଁଥିପାଇଁ ରାନୁଙ୍କ ପ୍ରଶଂସକ ମାନେ ତାଙ୍କୁ ଟିକେ ବ୍ୟବହାର ଶିଖନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସେ ଘଟଣାକୁ ନେଇ ରାଗ ଥମି ନଥିବା ବେଳେ ଏବେ ରାନୁଙ୍କୁ ନେଇ ପୁଣି ଟ୍ରୋଲିଂ ଆରମ୍ଭ ହୋଇଯାଇଛି।

ସୋଶାଲ୍ ମିଡିଆରେ ରାନୁଙ୍କର କିଛି ଫଟୋ ଭାଇରାଲ୍ ହେଉଛି। ଫଟୋରେ ରାନୁଙ୍କୁ ରାମ୍ପରେ ମେକଅପ୍ ନେଇ ଚାଲିବାର ଦେଖିବାକୁ ମିଳିଛି। ସୁନ୍ଦର ଲେହେଙ୍ଗା ପିନ୍ଧି ରାନୁ ମେକଅପ୍ ନେଇଥିବା ବେଳେ ଦର୍ଶକଙ୍କୁ ତାଙ୍କ ଲୁକ୍ ଆଦୌ ପସନ୍ଦ ଆସିନାହିଁ। ଲୋକଙ୍କୁ ରାନୁଙ୍କ ଅଧିକ ମେକଅପ୍ ଭଲ ଲାଗିନାହିଁ। ଯେଉଁଥିପାଇଁ ଦର୍ଶକମାନେ ତାଙ୍କୁ ଜୋକର, ଆଶିର୍ବାଦ ଅଟା, ବ୍ୟାଟ୍ ମ୍ୟାନ୍, ମୁଲ୍ତାନ୍ ମିଟ୍ଟି, ଏବଂ ଅଧିକ ବିୟୁଟି ପ୍ଲସ୍ର ବ୍ୟବହାର କରିଛନ୍ତି କହି ଟ୍ରୋଲ୍ କରିଛନ୍ତି।
