Odia News Portal

ଏହି ଅଭିନେତ୍ରୀଙ୍କୁ ଧକ୍କା ମାରି ଘରୁ ତଡ଼ି ଦେଇଥିଲେ ତାଙ୍କ ଶାଶୁ

ବଲିଉଡ ଜଗତରେ ବିବାହ ଏବଂ ବିଚ୍ଛେଦ ଲାଗି ରହିଥାଏ । ଆଉ ଏହି ବିବାହ ଏବଂ ବିଚ୍ଛେଦକୁ ନେଇ କଳାକାର ମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।ତେବେ ଅସନ୍ତୁ ଜାଣିବା ଅଭିନେତ୍ରୀ ରେଖାଙ୍କ ବିବାହ ଏବଂ ବିଚ୍ଛେଦ ବିଷୟରେ ।

ଅଭିନେତ୍ରୀ ରେଖା ଅଭିନେତା ବିନୋଦ ମେହେରାଙ୍କୁ କଲିକତାରେ ପ୍ରେମବିବାହ କରିଥିଲେ। ଏହା ପରେ ବିନୋଦ ରେଖାଙ୍କୁ ନେଇ ଘରକୁ ଯାଇଥିଲେ। ରେଖା ବିନୋଦଙ୍କ ମା’ଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ଯିବାରୁ ତାଙ୍କ ମା’ ରେଖାଙ୍କୁ ଧକ୍କା ପକାଇଥିଲେ। ଘର ଭିତରକୁ ପଶିବାକୁ ଦେଇ ନ ଥିଲେ। ବହୁତ ଗାଳି ମଧ୍ୟ ଦେଇଥିଲେ।

ସୂଚନାଅନୁସାରେ ,ବିନୋଦଙ୍କ ମା’ କମଳା ତାଙ୍କ ବାହାଘର ମୀନା ବ୍ରେକା ନାମକ ଜଣେ ଝିଅ ସହିତ କରାଇଦେଲେ। ବିନୋଦ ବି ମା’ଙ୍କ କଥାରେ ରାଜି ହୋଇଯାଇଥିଲେ। କାରଣ ସେ ତାଙ୍କ ମା’ଙ୍କୁ ବହୁତ ମାନୁଥିଲେ। ବିବାହର କିଛିଦିନ ପରେ ବିନୋଦ ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ତେଣୁ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ବିନ୍ଦିୟା ଗୋସ୍ବାମୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏମାନଙ୍କ ମଧ୍ୟରେ ବି ଭଲ ପଡ଼ିଲା ନାହିଁ। ବିନ୍ଦିୟା ବିନୋଦଙ୍କୁ ଛାଡ଼ି ନିର୍ଦ୍ଦେଶକ ଜେପି ଦତ୍ତଙ୍କୁ ବିବାହ କରିନେଲେ। ବିନ୍ଦିୟା ଯିବା ପରେ ବିନୋଦ ବହୁଦିନ ଏକା ଏକା ରହିଲେ।

ପରେ ଅଭିନେତ୍ରୀ ରେଖାଙ୍କ ସହ ତାଙ୍କ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ବିନୋଦ ରେଖାଙ୍କୁ ତୃତୀୟ ସ୍ତ୍ରୀ ଭାବେ କଲିକତାରେ ବିବାହ କରିଥିଲେ। କିନ୍ତୁ ରେଖାଙ୍କ ସହ ବି ବଚ୍ଛେଦ ଘଟିଥଲା। ପରେ ୧୯୮୮ରେ କିରଣଙ୍କୁ ବିବାହ କରିଥିଲେ ବିନୋଦ। ଦୁର୍ଭାଗ୍ୟବଶତଃ ବିବାହର ଦୁଇବର୍ଷ ପରେ କିରଣଙ୍କର ବି ମୃତ୍ୟୁ ଘଟିଥିଲା। ତାଙ୍କର ଏବେ ଦୁଇଟି ଝିଅପୁଅ ଅଛନ୍ତି।