Odia News Portal

ରିଷି କାପୁରଙ୍କ ଭଉଣୀ ତଥା ଅମିତାଭ ବଚନଙ୍କର ସମଦୁଣୀଙ୍କର ଦେହାନ୍ତ

ମୁମ୍ବାଇ() ରିଷି କାପୁରଙ୍କ ଭଉଣୀ ରିତୁ ନନ୍ଦାଙ୍କର ଦେହାନ୍ତ ହୋଇଛି । ବିଗ୍ ବି ନିଜ ଟିଟ୍ୱରେ ତାଙ୍କ ସମଦୁଣୀଙ୍କର ଦେହାନ୍ତ ହୋଇଥିବା କଥା ଉଲ୍ଲେଖ କରିଛନ୍ତି । ସେ ଅମିତାଭ ବଚନଙ୍କର ଏକ ମାତ୍ର ଝିଅ ଶ୍ୱେତା ନନ୍ଦାଙ୍କର ଶାଶୁ । ତଥା ଅମିତାଭ ବଚନ୍ଙ୍କର ସମଦୁଣୀ । ରିତୁ ନନ୍ଦା ଉଦ୍ୟୋଗପତି ରଞ୍ଜନ ନନ୍ଦାଙ୍କୁ ବିବାହ କରିଥିଲେ । ସେ ରାଜ୍ କାପୁରଙ୍କର ବଡ ଝିଅ ।

ମଙ୍ଗଳବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ରିଷି କାପୁରଙ୍କର ପତ୍ନୀ ନିତୁ କାପୁର ବି ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟକରିବା ସହ ଭାବନାତ୍ମକ ସନ୍ଦେଶ ଲେଖିଛନ୍ତି।