Odia News Portal

ଡ୍ରଗ୍ସ କାରବାରରେ ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍

ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ଛନ୍ଦି ହୋଇପଡିଥିବା ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ସାମ୍ନାକୁ ଆସିଛି । ତାଙ୍କର କିଛି ହ୍ୱାଟ୍ସଆପ୍ ଚାଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବ୍ୟବସାୟୀ ସିମୋନ ଖମ୍ବାଟା ସହ ଏହି ଚାଟିଂ ଗତ ମାର୍ଚ ୧୬ ତାରିଖରେ ବୋଲି ଜଣାପଡିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସଂପୃକ୍ତ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସିମୋନ ପ୍ରଥମେ ରିୟାଙ୍କୁ ଏକ ଅଡିଓ ଫାଇଲ ପଠାଇଥିଲେ । ରିୟା ଏହାର ଉତରରେ ଇଂରଜୀରେ ଲେଖିଥିଲେ, ଡ୍ୟୁଡ, ଭୁବନେଶ୍ୱର ଇଜ ଇନ ଦ ସିନ ବୋଲି କହିଥିଲେ । ଏହାର ଅର୍ଥ ହେଲା ଭୁବନେଶ୍ୱରରେ ଏଣିକି ସବୁ କିଛି ଘଟୁଛି । ଉତରରେ ସିମୋନ ପଚାରିଥିଲେ, ଆର ୟୁ ଇନ ଭୁବନେଶ୍ୱର । ଅର୍ଥାତ ତୁମେ ଭୁବନେଶ୍ୱରରେ ଅଛ କି । ରିୟା ଏହାର ଉତର ଦେଇଥିଲେ ୟେସ । ଅର୍ଥାତ ହଁ । ଯଦି ଏହି ମେସେଜ ସତ ହୋଇଥାଏ ।

ତାହାହେଲେ ରିୟା କାହିଁକି ଭୁବନେଶ୍ୱର ଆସିଥିଲେ । ଆଉ ଯଦି ଆସିଥିଲେ କାହା ପାଖକୁ ଆସୁଥିଲେ । କାହା ପାଖକୁ ଆସିଥିଲେ । ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି । ତେବେ ଏ ନେଇ ସିବିଆଇ ଓ ଇଡିକୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ରିୟାଙ୍କ ମୋବାଇଲରୁ ଡିଲିଟ ହୋଇଥିବା ହ୍ୱାଟ୍ସଆପ ମେସେଜରୁ ନିଶା କାରବାର ନେଇ କେତେକ ତଥ୍ୟ ମିଳିବା ପରେ ନାର୍କୋଟିକ କଂଟ୍ରୋଲ ବାୁରୋ ମାମଲା ରୁଜୁ କରିଛି ।