Odia News Portal

ରିୟାଙ୍କ ବାପା ବି ନେଉଥିଲେ ଡ୍ରଗ୍ସ

ନୂଆଦିଲ୍ଲୀ()  ସୁଶାନ୍ତ ସିଂହ ରାଜପୁତ ମାମଲାକୁ ନେଇ ସିବିଆଇ ତଦନ୍ତ ଯେତିକି ଜୋରଦାର ହେଉଛି ସେତିକି ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି  । ସୌଭିକ ଚକ୍ରବର୍ତୀଙ୍କ ହ୍ୱାଟସଆପ ଚାଟରୁ ଡ୍ରଗ୍ସ କାରବାର ନେଇ ଅନେକ ତଥ୍ୟ ମିଳିଛି  । ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇବା ପରେ ଏବେ ଡ୍ରଗ୍ସ ମାଫିଆଙ୍କ ଲିଙ୍କ ନେଇ ଗୁମର ଫିଟିବାରେ ଲାଗିଛି  ।

ସୌଭିକ ଡ୍ରଗ୍ସ ଚାଟରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟଟି ହେଉଛି, ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତୀ ବି ଡ୍ରଗ୍ସ ନେଉଥିଲେ  । ବାପାଙ୍କ ପାଇଁ ଡ୍ରଗ୍ସ ଆଣୁଥିଲେ ସୌଭିକ  । ମିରାଣ୍ଡା ନାମକ ଡ୍ରଗ୍ସ ଡିଲର ଠାରୁ ଡ୍ରଗ୍ସ ନିଆଯାଉଥିବା ନେଇ ଚାଟରୁ ସୂଚନା ମିଳିଛି  ।

ସେହିପରି ନାର୍କୋଟିକ୍ସ ବୁ୍ୟରୋ ଅବଦୁଲ ବାସିତ ପରିହାରକୁ ଗିରଫ କରିଥିବାବେଳେ ତାର ସାମୁଏଲ ମିରଣ୍ଡା ଓ ସୌଭିକ ଚକ୍ରବର୍ତୀ ସହ ସମ୍ପର୍କ ଥିବା ଜଣାପଡ଼ିଛି  । ସିଧାସଳଖ ଭାବେ ସେ ଉଭୟଙ୍କ ସହ ସମ୍ପର୍କରେ ଥିଲା  । ଖୁବଶୀଘ୍ର ଏନେଇ ଏନସିବି ସୌଭିକ ଓ ମିରାଣ୍ଡାକୁ ସମନ କରିବ ବୋଲି ଜାଣିବାକୁ ମିଳିଛି  ।